ଜଟଣୀରେ ଡାକସେବା ସମ୍ପୁର୍ଣ୍ଣ ଠପ୍

ଜଟଣୀରେ ଡାକସେବା ସମ୍ପୁର୍ଣ୍ଣ ଠପ୍। ସମସ୍ୟା ଘେରରେ ଗ୍ରାମୀଣ ଡାକସେବା କର୍ମଚାରୀ।ଜଟଣୀ:ଜଟଣୀ ମୁଖ୍ଯ ଡାକଘର ପ୍ରାଙ୍ଗଣରେ ଗର୍ଜୁଛନ୍ତି ଗ୍ରାମୀଣ ଡାକ ସେବାକାରୀ ମହିଳା ଏବଂ ପୁରୁଷ କର୍ମଚାରୀ। ଗତ ମଙ୍ଗଳବାର ଠାରୁ ଚାଲିଛି ସଂଘର ଧର୍ମଘଟ। ସଙ୍ଘର ନେତୃବୃନ୍ଦ ତଥା ସଭାପତି ବିଚିତ୍ରାନନ୍ଦ ପାତ୍ର, ମଣ୍ଡଳୀ ସମ୍ପାଦକ ସରତ ମାନସିଂହ ଓ ଓଡିଶା ପରି ମଣ୍ଡଳର ସହ ସମ୍ପାଦକ ଖଗେଶ୍ବର ବାରିକ ଙ୍କ ସହ ଗ୍ରାମିଣ ଶାଖା ଡାକ ସେବାକାରୀ କର୍ମଚାରୀ ମାନେ ୧୦ ଦଫା ଦାବି ଉପରେ ଆନ୍ଦୋଳନ ଧର୍ମଘଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧିନରେ ଥାଇ ମଧ୍ଯ ବୈମାତୃକ ଭାବନାର ସିକାର ହେଉଛୁ ବୋଲି ଆନ୍ଦୋଳନ କାରି କହିଛନ୍ତି। ଆମେମାନ ସୋଳ୍ପ ବେତନ ଭୋଗୀ ଡାକ ସେବକ କର୍ମଚାରୀ, ଆମକୁ ସରକାର ହିନ ମାନ୍ଯତା ନଜରରେ ରଖିଛନ୍ତି। ଆମେମାନ ଡାକ ସେବାରେ କୌଣସି ତୃଟି କରିନାହୁଁ ଅତଏବ୍ ଆମ ମାନଙ୍କ ପ୍ରତି ବୈମାତୃକ ଭାବ କଣ ପାଇଁ ? ଆମ ପ୍ରତି ଏତେ ନକାରତ୍ମକ ସୋଭାବ କାହିଁକି ଦେଖାଉଛନ୍ତି ? ଯେପର୍ଯ୍ୟନ୍ତ ସରକାର ଆମର ୧୦ ଦଫା ଦାବି ନ ସୁଣିଛନ୍ତି କିମ୍ବା ପୁରଣ ନକରିଛନ୍ତି ଆମେ ମାନେ ଏହିଭଳି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ବଳବତ୍ତର ରହିବ। ଏହି ଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଡାକ ସେବା ଠପ୍ ହୋଇଯାଇଛି। ସାଧାରଣ ଡାକ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଏବଂ ହନ୍ତସନ୍ତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆମେମାନ ସମସ୍ତ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ନେଇ ଆମେମାନ ଧର୍ମଘଟ କାରି ୧୦ ଦଫା ଦାବି ନେଇ ମଙ୍ଗଳବାର ଠାରୁ ଧାରଣା ଦେବା ସହ କାର୍ଯ୍ୟ ବନ୍ଦ କରି ଧର୍ମଘଟକୁ ଓହ୍ଲାଇଛୁ। ସାଧାରଣ ଡାକ ଗ୍ରାହକଙ୍କ କହିବା କଥା ଜଟଣୀ ମୁଖ୍ଯ ଡାକଘର ଅଧୀନସ୍ଥ ଗ୍ରାମୀଣ ଡାକ ସେବା କର୍ମଚାରିମାନେ ଡାକଘର କାର୍ଯ୍ଯାଳୟର ମୁଖ୍ଯ ଫାଟକ ବନ୍ଦ କରି ଧର୍ମଘଟ କରୁଛନ୍ତି, ଯାହାଦ୍ୱାରା କୌଣସି ଡାକ ଗ୍ରାହକଙ୍କୁ ଭିତରକୁ ଛାଡୁ ନାହାନ୍ତି। ଏହି ଧର୍ମଘଟ ପାଇଁ ଡାକ ବିଭାଗ ସମ୍ପର୍କିତ ସମସ୍ତ ସେବା ଓ ଜରୁରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଧର୍ମଘଟ କାରୀଙ୍କ ମୁଖ୍ଯ ଦାବିଗୁଡିକ ହେଉଛି, ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ ୮ ଘଣ୍ଟା ସ୍ଥିର କରିବା, ଗ୍ରାମୀଣ ଡାକ ସେବକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ପ୍ରଦାନ କରିବା, ଅବସର ପରେ କର୍ମଚାରୀଙ୍କୁ ପେନ୍ସନ ପ୍ରଦାନ କରିବା, ଗ୍ରାଚୁଇଟ ଓ ସେଭେରାନ୍ସ ଆଲାଉନ୍ସ ୫ ଲକ୍ଷ ଟଙ୍କା ପ୍ରଦାନ ସମେତ ଟାର୍ଗେଟ ପୂରଣ ନାମରେ ଅଧୀସ୍ତନ କର୍ମଚାରୀଙ୍କ ଉପରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ କଲମ ବନ୍ଦ ଆଦି ୧୦ ଦଫା ସମ୍ବଳିତ ଦାବି ନେଇ ଧର୍ମଘଟ ଡାକରା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଜଟଣୀ ମୁଖ୍ଯ ଡାକଘର ଅଧୀନ ସମସ୍ତ ଶାଖା ଡାକଘରର ଡାକ ସେବାକାରି ମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ବର୍ଷା କରୁଥିଲେ। କେନ୍ଦ୍ର ସରକାରଙ୍କର ଏପରି ବୈମାତୃକ ମନୋଭାବ ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ନେତୃବୃନ୍ଦ କହିଛନ୍ତି। ଆଗାମୀ ଦିନରେ ଯଦି ଦାବି ପୂରଣ ନ ହୁଏ, ତେବେ ଏହି ଆନ୍ଦୋଳନକୁ ଆହୁରୀ ଆଗକୁ ନିଆଯିବ, ଧର୍ମଘଟର ସମ୍ପାଦକ, ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।