ପି. ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁରର କେ.ଭି ଏସ୍ ପ୍ରତିଷ୍ଠା ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ

ପି. ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଠାରେ ତା -15/12/23 ରିଖ ଶୁକ୍ରବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ଅବସରରେ ଡାଏ ମଣ୍ଡ ଜୁବିଲି ଓ ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଦୁଇଟି ପର୍ଯାୟରେ ଉଦଯାପିତ ହୋଇଥିଲା l ପ୍ରଥମ ପର୍ଯାୟରେ କେ.ଭି ଏସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଥିବା ବେଳେ ବିଦ୍ୟାଳୟ ପ୍ରlଚାର୍ଯ୍ୟ ଶ୍ରୀ ଶିବାପ୍ରିୟ ଦାଶ ଙ୍କ ସ୍ୱାଗତ ସମ୍ଭାଷଣ ସହ ପୌରହିତ୍ୟରେ ବ୍ୟବସାୟୀ ସଭା ସମ୍ପାଦକ ଶ୍ରୀ ଭି. ସନ୍ତୋଷ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁରର ଅବସର ପ୍ରାପ୍ତ ପ୍ରଶିକ୍ଷିତ ସ୍ନାତକ ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁବାଳା ଦାଶ ଓ ଉକ୍ତ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଶିକ୍ଷିତ ସ୍ନାତକ ଇଂରାଜୀ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶୋଭା ମଣ୍ଡନ କରିଥିଲେ l ତତ୍ ପରେ ଦ୍ଵିତୀୟ ପର୍ଯାୟରେ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ପାଳନ କରାଯାଇଥିଲା l ଅନ୍ତର୍ଜାତୀୟ ବାସ୍କେଟ ବଲ ଖେଳ ପରିଚାଳକ ଶ୍ରୀ ରାଜ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଓ ଓଡିଶା ବକ୍ସିଙ୍ଗ ସମ୍ପାଦକ ଶ୍ରୀ କବିରାଜ ଗୌଡ଼ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯଥାଵିଧି ମଶାଲ ଜଳା ଯାଇଥିଲା l ତତ୍ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ପ୍ରତିଯୋଗୀଙ୍କୁ ନେଇ ମାର୍ଚ୍ଚପlଷ୍ଟ କରାଯାଇ ଭଲିବଲ, କବାଡି, ଖୋ ଖୋ, ସେକ ରେସ, ସର୍ଟ ଫୁଟ, ବାସ୍କେଟ ବଲ, ଲଙ୍ଗଜମ୍ପ, ଲେମୋନ ରେସ, ରିଲେ ରେସ, 100 ମି. 200 ମି. ଦୌଡ଼ ଆଦି କେତେକ ଆଥେଲେଟିକସ୍ ଖେଳର ଆୟୋଜନ କରାଯାଇ ଥିଲା l କାର୍ଯ୍ୟକ୍ରମର ଶେଷରେ ମଞ୍ଚାସିନ ଅତିଥିଙ୍କ ଦ୍ୱାରା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ମିଠେଇ ବଣ୍ଟନ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିଘ୍ନେରାଜ ପାଣିଗ୍ରାହୀ କ୍ରୀଡା କାର୍ଯ୍ୟକ୍ରମ ଓ ଶ୍ରୀ ନଳିନୀ ରଞ୍ଜନ ଦାଶ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତିର୍ମୟୀ ତ୍ରିପାଠୀ, ଅଧ୍ୟାପକ ଡ଼ଃ ନରେନ୍ଦ୍ର ମେହେର, ଖେଳ ଶିକ୍ଷକ ଶ୍ରୀ ହରିହର ବିଶ୍ୱାଳ, କୋଚ ଅମୃତ ସାଗର ପୁରୋହିତ, ଶିକ୍ଷକ ମାନସ ରଞ୍ଜନ ପୃଷ୍ଟି, ପ୍ରଭାକର ବେହେରା, ଏ. ବାସୁଦେବ, ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ପତି, ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତାମୟୀ ପଣ୍ଡା ଓ ସଂଗୀତ ଶିକ୍ଷକ ଶ୍ରୀ ମୁକୁନ୍ଦ ସାହୁ ପ୍ରମୁଖ ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ l ତତ୍ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l ପରିଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ହରିହର ପଣ୍ଡାଙ୍କ ଦ୍ୱାରା ମଞ୍ଚlସୀନ ବ୍ୟକ୍ତିତ୍ୱ ତଥା ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *