ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସମ୍ମତି ଯୁବ ବିକାଶ କାର୍ଯ୍ୟକ୍ରମ ପକ୍ଷ ରୁ ନିଶା ନିବାରଣ ସଚେତନା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ର ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି ନିଶା ନିବାରଣ ପରିଷଦ ର ଉପସଭାପତି ପ୍ରଫେସର ଅଟଳ ବିହାରୀ ନାୟକ ଯୋଗ ଦେଇ ନିଶା ନିର୍ବାରଣ ପାଇଁ ଯୁବ ସମାଜ ଆଗକୁ ଆସିବା ଦରକାର ଏବଂ ନିଶା ନିବାରଣ ପାଇଁ ଶିକ୍ଷିତ ଲୋକ ଆଗକୁ ଆସିବା ନିହାତି ଆବଶ୍ୟକ, ଅନ୍ୟତମ ମୁଖ୍ଯ ଅତିଥି ଭେଷଜ ବିଜ୍ଞାନ, ଅଧ୍ୟକ୍ଷ ଡଃ ଦୁର୍ଯ୍ୟୋଧନ ଦାସ ଯୋଗ ଦେଇ ନିଶା କିପରି ଶରୀର ପ୍ରତେକ ଅଂଶ କୁ ନଷ୍ଟ କରିଦିଏ ଏବଂ ନିଶା ସେବନ ଫଳରେ ସମାଜ କୁ ବ୍ୟାଧି ଯୁକ୍ତ କରିଥାଏକାର୍ଯ୍ୟକ୍ରମ ର ନୋଡାଲ ଅଫିସର ଶୁକଦେବ ପଣ୍ଡା,ସଭାର ଆଭିମୁଖ୍ଯ ପ୍ରଦାନ କରିଥିଲେ ପଣ୍ଡିତ ମଧୁସୂଦନ ତ୍ରୀପାଠୀ ବେଦ ପାଠ କରିଥିବା ବେଳେ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଉକ୍ତ ସଭା ରେ ଡଃ,ପ୍ରମୋଦ କୁମାର ନାୟକ,ମଞ୍ଜୁଲତା ମହାପାତ୍ର ,ରଘୁନାଥ ବାରିକ ଓ ଗୌରାଙ୍ଗ ଦାସ ପ୍ରମୁଖ ଯୋଗ ଦେଇଥିଲେ ପରିଶେଷରେ ଡଃ କୃପାସିନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ