ଶକ୍ତି ମଲ୍ଟିଏୟାରଏଣ୍ଡ ଲିମୋନେଡ଼ କମ୍ପାନୀରେ IT ରେଡ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମାଛିଆ ଗ୍ରାମ ସ୍ଥିତ ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀରେ IT ରେଡ଼। ପ୍ରାୟ ଦିନ ୧୨ ଟାରୁ ଧରି ଏହି ରେଡ ଚାଲିଛି। ଦିର୍ଘ ୬ଘଣ୍ଟରୁ ଉର୍ଧ ସମୟ ହେବ IT ଡିପାର୍ଟମେଣ୍ଟର ଦୁଇଟି ଗାଡିରେ ଅଧିକାରୀ ମାନେ ରେଡ ଯାରି ରଖିଛନ୍ତି। । ତେବେ ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନିରେ ବାହାରୁ ସ୍ପିରିଟ ଅଣି ଏଠି ମିଶ୍ରଣ କରି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ପ୍ରସ୍ତୁତ କରାଯାଏ।ଏହି ସବୁ ବିଦେଶୀ ମଦ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିକ୍ରି କରାଯାଏ । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।ତେବେ କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ଓ କେତେ ବର୍ଷ ହେଲେ ଏବିଷୟରେ କୈାଣସି ସଠିକ ସୂଚନା ମିଳିପାରି ନାହିଁ। ଏପରିକି କମ୍ପାନୀର ମୁଖ୍ୟ ଫାଟକରେ ଭିତରପଟୁ ବନ୍ଦ କରିଦିଆଯାଇଛି। ଏପରିକି ଗଣମାଧ୍ୟମକୁ ମଧ୍ୟ କୌଣସି ସୁଚନା ଦିଆ ଯାଇନାହିଁ। ବର୍ତମାନ ସୁଧା ରେଡ ଯାରି ରହିଛି।

Leave a Reply

Your email address will not be published. Required fields are marked *