ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ସାଗର ସାହୁଙ୍କ ଘର ସଂପୂର୍ଣ୍ଣ ନଷ୍ଟ

ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ସାଗର ସାହୁଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଅଗ୍ନି ବିପନ୍ନ ପରିବାର ସାଗର ସାହୁଙ୍କୁ ଭେଟି ଆଶ୍ୱାସନା ଦେବା ସହିତ ସମବେଦନା ଜଣାଇଛନ୍ତି। ଏହା ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଚୁଡ଼ା, ବିସ୍କୁଟ, ଚାଉଳ, ଡାଲି, ପାଲ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଏତତ୍ ସହିତ ଶ୍ରୀ ଦାସବର୍ମା ବ୍ରହ୍ମଗିରି ବ୍ଲକ ତହସିଲଦାର ବିଦ୍ୟାଧର ଦଣ୍ଡପାଟଙ୍କ ସହିତ ଆଲୋଚନା କରି ଅଗ୍ନିବିପନ୍ନ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ବ୍ରହ୍ମଗିରି ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ଦଳେଇ, କୁସୁବେଣ୍ଟି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ ବେହେରା, ତହସିଲଦାର ବିଦ୍ୟାଧର ଦଣ୍ଡପାଟଙ୍କ ଭଣ୍ଡାରିକୁଦା ରାଜସ୍ବ ନିରୀକ୍ଷକ ରୁପେସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।