ତିନି ଦଫା ଦାବି ନେଇ ମହାନଦୀ ଠିକା ଶ୍ରମିକ ସଂଘ ପକ୍ଷରୁ ଜଗନ୍ନାଥ ଖଣି ମହାପ୍ରବନ୍ଧକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

ଏମସିଏଲ ଅଧିନସ୍ଥ ସମସ୍ତ ରେଲୱେ ସାଇଡିଂ ଓ ସମସ୍ତ ରୋଡ ସେଲ ର କୋଲ ସାମ୍ପୁଲିଂ ରେ ଠିକା ଶ୍ରମିକ ଭାବେ ଆଗରୁ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି, ଶ୍ରମିକ ଭାଇ ମାନଙ୍କୁ ଏଚପିସି ହାରରେ ଦରମା ବୃଦ୍ଧି, ସମସ୍ତ ଶ୍ରମିକ ମାନଙ୍କୁ ମାସିକ ୨୬ ଦିନ ହାଜିର୍ ପ୍ରଦାନ୍ ପ୍ରମୁଖ ତିନି ଦଫା ଦାବି ନେଇ ମହାନଦୀ କୋଇଲା ଖଣି ଠିକା ଶ୍ରମିକ ସଂଘ ର ସଭାପତି ଗିତିସ କୁମାର୍ ପ୍ରଧାନ ଙ୍କ ନେତୃତ୍ୱ ରେ ଅନେକ ଠିକା ଶ୍ରମିକ ଙ୍କୁ ନେଇ ଆଜି ତାଳଚେର ଜଗନ୍ନାଥ୍ କୋଇଲା ଖଣି ର ମହାପ୍ରବନ୍ଧକ ଙ୍କ କାର୍ଯ୍ୟାଳୟ ସମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଛନ୍ତି। ତେବେ ଏହି ତିନି ଦାବି କୁ ଯଦି ପୂରଣ ନହୁଏ ତେବେ ଆଗମି ଦିନରେ ରେଳ ରୋକ ହେବା ସହିତ ବଡ ଧରଣର ଅର୍ଥନୈତିକ ଅବରୋଧ ହେବ ବୋଲି ଶ୍ରମିକ ସଂଘ ର ସଭାପତି ଚେତାବନୀ ଦେଇଛନ୍ତି।
Uttam das talcher reporter