ନିଖିଳ ଉତ୍କଳ ନିନ୍ମମାଧ୍ୟାତ୍ମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ ଜଗତସିଂହପୁର ମଣ୍ଡଳର ସପ୍ତମ ସାମ୍ବିଧାନିକ ସମ୍ମିଳନୀରେ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ନିଖିଳ ଉତ୍କଳ ନିନ୍ମମାଧ୍ୟାତ୍ମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ ଜଗତସିଂହପୁର ମଣ୍ଡଳର ସପ୍ତମ ସାମ୍ବିଧାନିକ ସମ୍ମିଳନୀରେ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସୁବର୍ଣ୍ଣ ବରାହୀ ମନ୍ଦିର ପରିସରରେ ଆୟୋଜିତ ସମ୍ମିଳନୀରେ ସଭାପତି ଭାବଗ୍ରାହୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂଘର ଉପଦେଷ୍ଟା ବିଜୟ କୁମାର ବିଶ୍ବାଳ, ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ , ଶିକ୍ଷକ ନେତା ସାରଦା ପ୍ରସାଦ ସିଂ ଓ ସୁରେଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ବୀମା, ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ, ଓ ସରକାରୀ ହାରରେ 16 ମାସର ଗ୍ରାଚୁରୀଟି ଦେବା ଓ ସପ୍ତମ ବେତନ ଅନୁସାରେ ପେନସନ ପୁନଃ ନିର୍ଧାରଣ କରିବା ଉପରେ ସରକାର ଗୁରୁତ୍ୱ ଦେବାକୁ ମଂଚ ପକ୍ଷରୁ ଦାବି କରାଯାଇଥିଲା ।

ଜଗତସିଂହପୁର ରୁ Rita sahoo reporter

Leave a Reply

Your email address will not be published. Required fields are marked *