ଓଷ୍ଟା ରାୟଗଡ଼ା ଜିଲ୍ଲାସ୍ତରୀୟ ଶିଶୁମେଳା

ରାୟଗଡା ତା ୧୮- ୧୨/୨୦୨୩ ଗୋପାଳବାଡି ସ୍ଥିତ ଉତ୍କଳ ଖଦୀମଣ୍ଡଳ ମାଧ୍ୟମିକ ବିଦ୍ୟାପୀଠ ଠାରେ ଓଷ୍ଟା ପକ୍ଷରୁ ନବମ ଜିଲ୍ଲା ସ୍ତରୀୟ ଶିଶୁ ମେଳା ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବର ଉଦଘାଟନରେ କୋଲନରା ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁଲତା ଜେନା ମୁଖ୍ୟ ଅତିଥି, ପ୍ରାକ୍ତନ ଓଷ୍ଟା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପରିଡ଼ା ମୁଖ୍ୟ ବକ୍ତା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କିଷ୍ଟାମା ଅଟକା ଓ ବ୍ଲକ୍ ଶିକ୍ଷା କୋ-ଅଡିନେଟର ଶ୍ରୀଯୁକ୍ତ ଡାଳିମ୍ବ ସୂର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ଓଷ୍ଟା ଦ୍ଵାରା ପରିଚାଳିତ ଏହି ଉତ୍ସବ ବିଗତ ୪୦ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ମୋଟ ଦଶଗୋଟି ( ୧୦) ବିଭାଗରେ ଜିଲ୍ଲାର ଏଗାର ଗୋଟି ବ୍ଲକର ପଚାଶଟି ବିଦ୍ୟାଳୟର ୨୫୦ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ରାଜ୍ୟସ୍ତରୀୟ ସମ୍ମିଳନୀରେ ଆସନ୍ତା ୨୬,୨୭ଓ୨୮ ତାରିଖ କଟକ ମୁଖ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଯୋଗ ଦେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରସ୍କାର ବିତରଣ ଉତ୍ସବର ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନ ଲାଲ ମାଝୀ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଓଷ୍ଟା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପରିଡ଼ା, ସମ୍ମାନିତ ଅତିଥି ଭାବେ କୋଲନରା ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀମତୀ ମଞ୍ଜୁଲତା ଜେନା, ବ୍ଲକ୍ ଶିକ୍ଷା କୋ-ଅଡିନେଟର ଶ୍ରୀଯୁକ୍ତ ଡାଳିମ୍ବ ସୂର୍ଯ୍ୟ, ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କିଷ୍ଟାମା ଅଟକା, ରାଜା ସହ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପାଢୀ ଯୋଗ ଦେଇଥିଲେ, ଉକ୍ତ ଉତ୍ସବରେ ଜିଲ୍ଲା ଓଷ୍ଟା ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ପୁରୋହିତ ସଭାପତିତ୍ବ କରିଥିଲାବେଳେ ବିଦ୍ୟାଳୟ ପ୍ରଧାନଶିକ୍ଷକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ପରିଚାଳନା କରିଥଲେ, ଉଭୟ ସଭାରେ ଓଷ୍ଟା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରଥ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଓଷ୍ଟା ଯୁଗ୍ମ ସମ୍ପାଦକ ସୁଧୀର କୁମାର ଦଳପତି, ଉପସଭାପତି ରବିନ୍ଦ୍ର କୁମାର ପଣ୍ଡିତ, ଜ୍ୟୋତିର୍ମୟୀ ପାଣିଗ୍ରାହୀ, ଜ୍ଞାନେନ୍ଦ୍ର କୁମାର ଜେନା,ବ୍ଲକ୍ ସମ୍ପାଦକ ପଦ୍ମଚରଣ ବେହେରା, ସୋମନାଥ ଗାଣ୍ଠିଆ, ନିରଞ୍ଜନ ନାୟକ, ପବିତ୍ର ମୋହନ କର, ମନୋଜ କୁମାର ସାହୁକାର, ମୁରଲୀଧର ପ୍ରଧାନ, ନୃସିଂହ ଚରଣ ପତି, ସନ୍ତୋଷ କୁମାର ଶତପଥୀଙ୍କ ଅନୀତା ସାହୁ,ଈପିଲି ଦେବକୀ ରାଣୀ ତଥା ଗୋପାଳବାଡି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ସରୋଜ କୁମାର ବେଉରିଆ,ଦିପକ କୁମାର ପଣ୍ଡା, ହରି ଅଟକା ସହଯୋଗ କରିଥିଲେ, ପରିଶେଷରେ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା reporter