ଶିବିର ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ

-ଜଗତସିଂହପୁର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ତିନି ଦିନିଆ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିରର ଜଗତସିଂହପୁର ଓ ନାଉଗାଁ ବ୍ଲକ ସମସ୍ତ ଜୋନର ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ଜଗତସିଂହପୁର ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି,ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଓ ବିଜେଡି ଜିଲା ଉପଦେଷ୍ଟା ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବାବଦରେ ଲୋକମାନଙ୍କୁ ସଚେତନ କରାଇବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଥ ସ୍ତ୍ରରରେ କିଭଳି ଦଳ ମଜବୁତ ହେବା ସହିତ ପ୍ରସ୍ତୁତ ରହିବ ସେ ବାବଦରେ ପ୍ରଶିକ୍ଷଣ ଦିଆ ଯାଇଥିବାର କର୍ମକର୍ତା ତଥା ପ୍ରଶିକ୍ଷକ ମାନେ ପ୍ରକାଶ କରିଥିଲେ।

ବାଇଟ-୧-ପ୍ରଶାନ୍ତ କୁମାର ମୁଦୁଲି(ବିଧାୟକ,ଜଗତସିଂହପୁର)
ବାଇଟ-୨- ପ୍ରଫେସର ଜ୍ୟୋତି ପ୍ରକାଶ ଦାସ,ଜିଲା ବିଜେଡି ଉପଦେଷ୍ଟା, ଜଗତସିଂହପୁର ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *