ରବିନାରାୟଣ ପଟ୍ଟନାୟକ ଙ୍କୁ ସମାଜସେବା ସମ୍ମାନ -୨୦୨୩

ସମାଜସେବା ଓ ଆଲେଖ୍ୟ ଲେଖିବା କ୍ଷେତ୍ରରେ ଉଲେଖ୍ୟନିଅ ଅବଦାନ ପାଇଁ ରବିନାରାୟଣ ପଟ୍ଟନାୟକ ଙ୍କୁ ଟାଇମ୍ସ ୱାର୍ନ ଓଡ଼ିଆ ପକ୍ଷରୁ ସମାଜସେବା ସମ୍ମାନ -୨୦୨୩ ରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ହୋଟେଲ ଏକ୍ସିଲେନ୍ସୀ ରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ଦୀର୍ଘ ଦିନ ଧରି ତାଙ୍କ ସମାଜ ସେବା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି ।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହି କାଯ୍ୟକ୍ରମରେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଉଦଘାଟନ କରିଥିଲେ ! ଟାଇମ୍ସ ୱାର୍ନ ଓଡ଼ିଆ ର ମୁଖ୍ୟ ସମ୍ପାଦକ ଅକ୍ଷୟ ଚାନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର , ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଉପାଧ୍ୟକ୍ଷ ଆଶୁତୋଷ ସାମନ୍ତରାୟ , ବରିଷ୍ଠ ଉଦଘୋଷକ ଭବାନୀ ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।