ମୁମ୍ବାଇ ଧରାବୀ ବସ୍ତିରେ ଆଦାନୀ ବିକାଶ ପ୍ରକଳ୍ପର ଏମଓୟୁ କୁ ରଦ୍ଦ କରନ୍ତୁ

ନୂଆଦିଲ୍ଲୀ, ତା ୧୮/୧୨. ଏସିଆର ସର୍ବବୃହତ ମୁମ୍ବାଇର ଧରାବି ବସ୍ତିର ପୁନଃନିର୍ମାଣ ନାଁରେ ଶ୍ରମିକମାନଙ୍କୁ ଉଚ୍ଛେଦ କରିବା ପାଇଁ ବିଜେପି ସରକାରଙ୍କ ଚକ୍ରାନ୍ତ କୁ ଟ୍ରେଡ୍ ୟୁନିୟନ ସେଣ୍ଟର ଅଫ୍ ଇଣ୍ଡିଆ (ଟିୟୁସିଆଇ) କେନ୍ଦ୍ରୀୟ କୋଡିନେସନ କମିଟି ଦୃଢ଼ ବିରୋଧ କରିବା ସହ ଆଦାନି ଗ୍ରୁପ୍ ଅଫ୍ କମ୍ପାନି ସହ ହୋଇଥିବା ୨୩,୦୦୦ କୋଟି ଟଙ୍କାର ଚୁକ୍ତିକୁ ତୁରନ୍ତ ରଦ୍ଦ କରିବାକୁ ଦାବି କରିଛି। ବର୍ତ୍ତମାନ ‘ଧରାବୀ ବସ୍ତି ବଞ୍ଚାଅ’ ବୋଲି ଚିତ୍କାର କରୁଥିବା ଶିବସେନାର ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଧରାବୀ ପୁନଃନିର୍ମାଣ ପ୍ରକଳ୍ପ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶିବସେନାର ଯୁକ୍ତି ହେଉଛି ଯେ ମୋଦି ଧରାବୀର ୨୫୯ ଏକର ବସ୍ତିବାସିନ୍ଦାଙ୍କ ଜୀବନ ଜମି ଅଦାନି ଗ୍ରୁପକୁ ବିକ୍ରି କରିବା ବେଳେ ମହା ଆଘାଡି ଦଳଗୁଡ଼ିକୁ ବିଶ୍ୱାସରେ ନେବା ଉଚିତ୍ । ବିକାଶ ନାଁରେ କର୍ପୋରେଟ୍ କମ୍ପାନିଗୁଡ଼ିକୁ ଲୁଟ୍ କରିବା ପ୍ରସଙ୍ଗରେ ବିଜେପି ଓ ଶିବସେନାର ଆଭିମୁଖ୍ୟରେ କୌଣସି ଫରକ ନାହିଁ। ତେଣୁ ବସ୍ତି ବାସିନ୍ଦାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ସଂଗଠନ, ପ୍ରକୃତ ବାମପନ୍ଥୀ ଦଳ ସମୂହ ଆଦାନୀଙ୍କୁ ହଟାଇବା, ଧରାବୀକୁ ବଞ୍ଚାଇବା ଏବଂ ଧରାବିର ବିକାଶ ପାଇଁ ମିଳିତ ହୋଈ ଐକ୍ୟବଦ୍ଧ ସଂଘର୍ଷ କରିବାକୁ ଟିୟୁସିଆଇ କେନ୍ଦ୍ରୀୟ ସମନ୍ୱୟ ସମିତି ନିବେଦନ କରିଛି। ମୁମ୍ବାଇର ‘ଧରାବୀ ମାଟିରେ ୧ ମିଲିୟନ ଅଧିକ କାରଖାନା ଠିକା ଶ୍ରମିକ, ନିର୍ମାଣ, ଲୋଡିଂ, ଘରୋଇ ଶ୍ରମିକ, ଅଟୋରିକ୍ସା, ଗାଡ଼ି ଚାଳକ, ଅଟୋମୋବାଇଲ, ହୋଟେଲ-ଦୋକାନ ରକ୍ଷଣାବେକ୍ଷଣ ଶ୍ରମିକ ଏବଂ କୁଟୀର ଶିଳ୍ପ ଆଦି ବର୍ଗ ଶ୍ରମିକ ରୁହନ୍ତି। ଧରାବୀ ବସ୍ତି ବାର୍ଷିକ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥନୈତିକ ଅବଦାନ ରହିଛି। କୋଟି କୋଟି ଟଙ୍କା କର୍ପୋରେଟ୍ ର ମୂଲ୍ୟ ଜମି (ହାର୍ଟ ଅଫ୍ ମୁମ୍ବାଇ) ଉପରେ ଆଦାନୀ ର ନଜର ରଖିଛି। ୧୭୦ ଏକର ଜମିରେ ବସ୍ତିବାସିନ୍ଦାଙ୍କ ପାଇଁ ହୁଡକୋ ଶୈଳୀର ଏକ ବହୁତଳ ଅଟ୍ଟାଳିକା ଘର ନିର୍ମାଣ କରିବା ସହ ଅବଶିଷ୍ଟ ୧୮୯ ଏକର ଜମିକୁ ଏକ ବିଶ୍ୱସ୍ତରୀୟ ଆପାର୍ଟମେଣ୍ଟକୁ ବିକ୍ରି କରିବାକୁ ଆଦାନୀ ଲକ୍ଷ୍ୟ ରଖିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଜନବିରୋଧୀ ଯୋଜନାରୁ ମୁକ୍ତି ପାଇବା ପାଇଁ ଆଦାନୀ କମ୍ପାନି ଓ ଚୌକିଦାରଙ୍କ ଲଢ଼େଇ କରିବାକୁ ପଡ଼ିବ ଏବଂ ସମସ୍ତ ବସ୍ତିବାସିନ୍ଦାଙ୍କ ପାଇଁ ଘର ସହ ସରକାର ସ୍ବତନ୍ତ୍ର କଲୋନୀ ନିର୍ମାଣ ପାଇଁ ସ୍ବତନ୍ତ୍ର ଧରାଭି ଉନ୍ନୟନ ପରିଷଦ ଗଠନ କରିବାକୁ ଟିୟୁସିଆଇ ର ସର୍ବଭାରତୀୟ ସଂଯୋଜକ ଆର୍ ମାନସାୟା ଦୃଢ଼ ଦାବୀ ରଖିଛନ୍ତି।ନ୍ୟୁଜ ଅନୁବାଦଶଙ୍କର ଇନକିଲାବ ଓଡ଼ିଶା ରାଜ୍ୟ ସମ୍ପାଦକ,

Leave a Reply

Your email address will not be published. Required fields are marked *