ପରିକ୍ରମା ପ୍ରକଳ୍ପ ରେ ସମସ୍ତେ ସାମିଲ ହେବାକୁ ଜିଲ୍ଲାପାଳ ଙ୍କ ଅନୁରୋଧ

ପରିକ୍ରମା ପ୍ରକଳ୍ପ ରେ ସମସ୍ତେ ସାମିଲ ହେବାକୁ ଜିଲ୍ଲାପାଳ ଙ୍କ ଅନୁରୋଧ।ପୁରୀ ୧୮/୧୨ ମହାପ୍ରଭୁଙ୍କ ମନ୍ଦିର ଚତୁପାର୍ଶ୍ୱର ପରିକ୍ରମା ପ୍ରକଳ୍ପ ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ।ଆସନ୍ତା ଜାନୁଆରୀ ୧୭ ତାରିଖରେ ଏହାର ଲୋକାର୍ପଣ ହେବ।ତେଣୁ ଏହି କାର୍ଯ୍ୟକ୍ରମ ରେ ସମସ୍ତେ ସାମିଲ ହେବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଅନୁରୋଧ କରିଛନ୍ତି।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଆଠ ସାହି ଆଖଡା ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରକଳ୍ପ ଲୋକାର୍ପଣ ୧୭ ତାରିଖରେ ହେଉଥିଲେ ମଧ୍ୟ ୧୨ ତାରିଖ ରୁ ପୁରୀ ବଡଦାଣ୍ଡ ଓ ସହରର ବିଭିନ୍ନ ସ୍ଥାନରେ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ।ମହାପ୍ରଭୁଙ୍କ ଏହି କାର୍ଯ୍ୟ କୁ ପ୍ରତ୍ୟେକ ସେବା ଭାବେ ଗ୍ରହଣ କରି ନିଜ ଗୃହ କୁ ପରିସ୍କାର ପରିଛନ୍ନ ରଖିବା,ଗୃହ ସମ୍ମୁଖରେ ଝୋଟି ମୁରୁଜ ପକେଇବା, ପୂର୍ଣ୍ଣ କୁମ୍ଭ ସ୍ଥାପନ କରିବା,ଆଲୋକ ମାଳାରେ ସଜେଇବା ଇତ୍ୟାଦି ସହ ସଂଧ୍ୟାରେ ଦୀପ ପ୍ରଜ୍ୱଳନ କରିବାକୁ ଅନୁରୋଧ କରିଥିଲେ।ସେହିପରି ବଡଦାଣ୍ଡ ର ଉଭୟ ପାର୍ଶ୍ଵର କୋଠା ଗୁଡିକ ଗୋଟିଏ ରଙ୍ଗର କରାଯିବା ସହ ଆଲୋକମାଳାରେ ସଜ୍ଜା ଯିବ। ପ୍ରତ୍ୟେକ ଦେବାଳୟ ଆଲୋକ ମାଳାରେ ମଧ୍ୟ ସଜ୍ଜିତ କରିବା ବ୍ୟବସ୍ଥା କରାଯାଇଛି। ତେଣୁ ପୁରୀ ର ଐତିହ୍ୟ ଓ ଗୌରବ ଜାଗା ଆଖଡା ମାନେ ଏଥିରେ ସାମିଲ ହୋଇ ବିବିଧ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଆଠ ସାହି ଆଖଡା ର କର୍ମକର୍ତ୍ତା ଏଥିରେ ଯୋଗ ଦେଇ ମହାପ୍ରଭୁଙ୍କ କାର୍ଯ୍ୟ ରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସୂଚନା ଦେଇଥିଲେ।ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେଲା।ଏଥିରେ ସମସ୍ତ ଆଖଡା ର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଦସ୍ୟ ମାନେ ରହି ଭବ୍ୟ କାର୍ଯ୍ୟସୂଚୀ ଚୁଡାନ୍ତ କରିବେ ବୋଲି ସ୍ଥିର ହେଲା।ପ୍ରାରମ୍ଭ ରେ ଆଠସାହି ଆଖଡା ର ସଭାପତି ବାବାଜୀ ମହାପାତ୍ର ଙ୍କ ବିୟୋଗରେ ଶୋକସଭା ସହ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର,ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ସମାଜସେବୀ ଚକ୍ରଧର ମହାପାତ୍ର, ନରେନ୍ଦ୍ର କୁମାର ମହାନ୍ତି,ବିଭିନ୍ନ ବିଭାଗର ଅଧିକାରୀ, ଆଠସାହି ଆଖଡା ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *