ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡିଶା/ନବୀନ ଓଡିଶାର ସୋସିଆଲ ଡିଜା ଷ୍ଟାର ମ୍ୟାନେଜମେଣ୍ଟ ପ୍ରତିଯୋଗିତାର ଶୁଭ ଉଦଘାଟନ ଉତ୍ସବ

ଭଦ୍ରକ :ଉତ୍ତରବାହିନୀସ୍ଥ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟ ପରିସର ରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଅଷ୍ଟମ ପର୍ଯ୍ୟାୟରେ କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରତିଯୋଗିତାର ଶୁଭ ଉଦଘାଟନ ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ନାୟକ କାର୍ଯ୍ୟକ୍ରମ ସଂପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ ,ସଇଫୁର ଖାଁ, ଦେବେନ୍ଦ୍ର ପ୍ରସାଦ ସାହୁ ପ୍ରତିମା ମାଝି, ଜୌତି ଖୁଣ୍ଟିଆ, ଲିପି ପୁଷ୍ପା ନାୟକ, ସଭାରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀମତୀ ରାଜଶ୍ରୀ ନାୟକ କଲେଜ ର ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇ ଖେଳର ଉପଯୋଗିତା ସଂପର୍କ ରେ ଉଦବୋଧନ ଦେଇ ଥିଲେ। ଡିଗ୍ରୀ କଲେଜ ର ଅଧ୍ୟକ୍ଷା ରାଜଶ୍ରୀ ନାୟକ ସମ୍ମାନିତ ବକ୍ତା ଭାବେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କୁ ଶପଥ ପାଠ କରାଇ ଖେଳ ପରିଚାଳନା କରିଥିଲେ। ଖେଳର ଉପଯୋଗିତା ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ଅମର କୁମାର ପରିଡା, ପ୍ରଭାତ ପ୍ରଧାନ, କୁଳମଣି ନାଥ ଆଦି ସଭା ପରିଚାଳନାରେ ସହଯୋଗ କରିଥିଲେ।ଶେଷ ରେ ରାଜଶ୍ରୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ
Punil Kumar Samanta reporter