କଣ୍ଟାବାଞ୍ଜି ରେ ଶକ୍ତି ଟିଭିର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି ରେ ଶକ୍ତି ଟିଭିର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ।ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡ଼ିଆ ଶକ୍ତି ଟିଭିର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ଆୟୋଜିତ ହେଇଛି।ଏହି ଅବସରରେ ସକାଳ ୧୭ ତାରିଖ ରବିବାର ୮ଘଟିକା ସମୟରେ ସମସ୍ତ ସାମ୍ବାଦିକ ଙ୍କୁ ସାଥିରେ ନେଇ କଣ୍ଟାବାଞ୍ଜି ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ରୋଗୀଙ୍କୁ ଫଳ ବିସ୍କୁଟ ବଣ୍ଟନ କରିବା ସହିତ ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଓ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ଶକ୍ତି ଟିଭି ମୁଖ୍ୟ ସମ୍ପାଦକ କ୍ରିଷ୍ଣା ସେଠୀ । ୧୦ ଘଟିକା ସମୟରେ କଣ୍ଟାବାଞ୍ଜି ଜି ଆର୍ ପାଲେସ କନଫରେନ୍ସହଲ୍ ରେ ଇତି ଅବସରରେ”ସର୍ତ୍ତ ନୁହେଁ ସତ ସହ ଡିଜିଟାଲ ମିଡିଆ” ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ପ୍ରାରମ୍ଭିକ ପର୍ଯ୍ୟାୟରେ ଜାତୀୟ ସଙ୍ଗୀତ ଗାନ ସହିତ ଶକ୍ତି ଟିଭି ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦିବଂଗତ କ୍ଷୀରୋଦ ମଙ୍ଗରାଜଙ୍କ ଅମର ଆତ୍ମା ର ସଦଗତି ଉଦ୍ଧେଶ୍ୟରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଶକ୍ତି ଟିଭିର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସେଠୀ ସଭାପତିତ୍ବ କରିଥିବା ବେଳେ ପୂର୍ବ ଓଡିଶା ବ୍ୟୁରୋ ଚିଫ୍ ପ୍ରଦୀପ କୁମାର ଦାସ ମୁଖ୍ୟ ବକ୍ତା, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ହାଜି ମହମ୍ମଦ ଆୟୁବ ଖାନ୍ ମୁଖ୍ୟ ଅତିଥି, ବରିଷ୍ଠ ବିଜେପି ନେତା ବଲରାମ୍ ସିଂହ ଯାଦବ, ଜାତୀୟ ମାନବାଧିକାର କମିଶନ, ରାଜ୍ୟ ସଭାପତି ପ୍ରସନ୍ନ କୁମାର ଗୁରୁ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ବଲାଙ୍ଗୀର ଜିଲ୍ଲା ଉପଦକ୍ଷା ନିରୁପମା ମାଝୀ, ଇନ୍ଦ୍ରମଣି ସାହୁ,ସମାଜସେବୀ ଅନୁଗୁଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ରାଜ୍ୟପାଳ ସମ୍ମାନ ପ୍ରାପ୍ତ ସାମ୍ବାଦିକା ରଶ୍ମିତା ବେହେରା ଉପସ୍ଥାପନା କରିଥିଲେ।ଆଲୋଚନା ଚକ୍ର ସହ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଇଥିଲା।ଉକ୍ତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ଦାସ, ପ୍ରଭଜିତ ସିଂହ ସାଲୁଜା, ଆଶିଷ ଖଇତାନ, ମୋହନ ସୋନି, ପ୍ରମୋଦ କୁମାର ସେଲମା,ଯୁବକବି ସଂଗ୍ରାମ ମହାରଣା, ଯୁବ କବି ରିଙ୍କୁ ମେହେର, ଖପ୍ରାଖୋଲ ବ୍ଲକ ର ଶ୍ରେଷ୍ଠ ସରପଞ୍ଚ ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସରପଞ୍ଚ ଲାଠୋର ଗ୍ରାମ ପଞ୍ଚାୟତ ଯୁବା ସରପଞ୍ଚ ସୁଶ୍ରୀ ଜୟଶ୍ରୀ ଭଇଁସାଲ,ବଙ୍ଗୋମଣ୍ଡା ବ୍ଲକ ର ଶ୍ରେଷ୍ଠ ସରପଞ୍ଚ ଉଦ୍ଧବ ବେହେରା, ତୁରେକେଲା ବ୍ଲକ ର ଶ୍ରେଷ୍ଠ ସରପଞ୍ଚ ଭାବେ ଜଳନ୍ଧର ମହାକୁଡ଼, ବେଲପଡ଼ା ବ୍ଲକ ର ଶ୍ରେଷ୍ଠ ସରପଞ୍ଚ ଭାବେ ପ୍ରଦୀପ କୁମାର ବେହେରା ,ସମାଜସେବୀ ଚିନ୍ମୟୀ ଦାସ୍ ଭାଗ୍ୟବାନ ମାଝୀ, ସୁନୀଲ ପଣ୍ଡା, ଦେବେନ୍ଦ୍ର ନାଥ ସେଠୀ, ଶ୍ୟାମ ସୁନ୍ଦର ଅଗ୍ରୱାଲ, ଅଭୟ ତ୍ରିପାଠୀ, ପ୍ରଦୀପ କୁମାର ଦାଶ, ବିଶିଷ୍ଟ ସମାଜସେବୀ ଭାବେ ବେଲପଡା ବ୍ଲକ ଗମ୍ଭାରୀ ସରପଞ୍ଚ କୁଳମଣି କୁମ୍ଭାର, ବୈଦ୍ୟ ବିଶାରଦ ପବିତ୍ର ବେହେରା, ବିଶିଷ୍ଟ କଣ୍ଠଶିଳ୍ପୀ ଖଗେଶ୍ବର ବାଗ,ସମେତ ବହୁ ପ୍ରତିଭାଧାରୀ ମହାନ୍ ଭବ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶକ୍ତି ଟିଭିରେ ଭଲ ପ୍ରଦର୍ଶନ ପାଇଁ ନିଜର ଅନେକ ଜିଲ୍ଲା ଓ ବ୍ଲକ ପ୍ରତିନିଧି ମାନଂକୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲା କୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଥିଲା।ଆଗାମୀ ଦିନରେ ଶକ୍ତି ଟିଭି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ଆହୁରି ଶକ୍ତିଶାଳୀ ହେବ ବୋଲି ଅତିଥି ଓ ଶୁଭେଚ୍ଛୁ ଆଶା ପୋଷଣ କରିବା ସହ ସମସ୍ତ ସାମ୍ବାଦିକ ସମସ୍ତ ସାମ୍ବାଦିକ ଙ୍କୁ ଗୋପବନ୍ଧୁ ଯୋଜନା ରେ ସାମିଲ କରିବାପାଇଁ ଚେଷ୍ଟା କରାଯିବ ବୋଲିି କହିଥିଲେ।

Leave a Reply

Your email address will not be published. Required fields are marked *