ଜିଲ୍ଲା ସଭାପତି ଗୌତମ ରାୟ ଙ୍କ କଥା କୁ ମାନିଲେନି ବିଜେପି କର୍ମୀ ଜବରଦସ୍ତ ଚିରିଲେ ବ୍ୟାନର

ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବିଜେପି ର ଅସଲ ମୁଖା, ମଞ୍ଚ ଉପରକୁ ଧସେଇ ପଶିଲେ ବ୍ୟାନର କୁ ଚିରି ଦେଇ ଫୋପାଡି ଦେଲେ ହେଲେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଯେତେ ଅଟକାଇଲେ ବି ମାନିଲେ ନାହିଁ ବିଜେପି କର୍ମୀ, ଆଜି ବିଜେପି ତରଫରୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଘେରାଉ ବେଳେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ, ସୁଚନା ଅନୁସାରେ ବରୀ ଯୁବନେତା ଉମେଶ ଜେନା,ଧର୍ମଶାଳା ଯୁବନେତା ହିମାଂଶୁ ଶେଖର ସାହୁ,ଧର୍ମଶାଳା ନାରୀ ନେତ୍ରୀ ସ୍ମୃତିରେଖା ପହି, କୋରାଇ ଯୁବ ନେତା ବିଶ୍ୱଜିତ୍ ନାୟକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଙ୍କ ସହ ଅନ୍ୟ ନେତୃତ୍ୱ ମାନଙ୍କୁ ନେଇ ରସୁଲପୁର ବ୍ଲକ ଘେରାଉ କାର୍ଯ୍ୟ ଥିବାବେଳେ ମଞ୍ଚ ଉପରେ ଯେଉଁ ବ୍ୟାନର ଟି ଲାଗିଥିଲା ସେଥିରେ ସ୍ମୃତିରେଖା ପହି, ଉମେଶ ଜେନା, ଓ ବିଶ୍ୱଜିତ ନାୟକ ଙ୍କ ଫଟୋ ଚିତ୍ର ଥିଲା, ହିମାଂଶୁ ଶେଖର ସାହୁ (ଲିକୁ) ଙ୍କ ଫଟୋ ଚିତ୍ର ନଥିବାରୁ ଯାହାକୁ ନେଇ ଧର୍ମଶାଳା ବିଜେପି ନେତା ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ କର୍ମୀ ମାନେ ଉତକ୍ତ ହୋଇ ମଞ୍ଚ ଉପରେ ଚଢ଼ି ଲାଗିଥିବା ବ୍ୟାନରକୁ କାଢି ଫୋପାଡି ଦେଇଥିବା ଜଣାପଡିଛି ,
ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।