ରକ୍ତ ଦାନ ଶିବିର ଓ ସ୍ବାସ୍ଥ ପରୀକ୍ଷା ଶିବିର ଅନୁଷ୍ଠିତ

ଭଦ୍ରକ ବ୍ଲକ ଅନ୍ତର୍ଗତ ଉତ୍ତର ବାହିନୀ ସ୍ଥିତ ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ଏଥିରେ ଡିଓ ମାନସ କୁମାର ବିଶ୍ବାଳ ଏବଂ ରକ୍ତ ସଂଗ୍ରହ ର ମୁଖ୍ଯ ରତିକାନ୍ତ ବଳ ଓ ସହଯୋଗୀ ,ଲିଲିମା ସ୍ବାଇଁ , ମାନସ ପଣ୍ଡା, ରଘୁନାଥ ପଣ୍ଡା ,ବଳରାମ ପୁହାଣ, ଙ୍କ ସହାୟତା ରେ ଏହି ରକ୍ତ ଶିବିର ଅନୁଷ୍ଠିତ ହୋଇ ଯାଇଛି, ଏହି ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ନାୟକ ଏହି ଶିବିର ଆୟୋଜନ କରିଥିବା ବେଳେ ଅନ୍ଯତମ ଅତିଥି, ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ ଶିବିର ପରିଚାଳନା କରିଥିଲେ ସୌମୁର ରହେମାନ ଖାଁ ଏବଂ କଲେଜ ର ଅଧ୍ୟାପକ ଅଧ୍ୟାପିକା ଏହି ରକ୍ତ ଦାନ ଶିବିର ପରିଚାଳନା ଦିଗରେ ସହାୟକ କରିଥିଲେ, ଶେଷ ରେ ନୋଡାଲ ଅଫିସର ଅଚ୍ୟୁତାନନ୍ଦ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ