ବୁଗୁଡା ବ୍ଳକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ।

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ବୁଗୁଡା ବ୍ଳକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ସ୍ଥାନୀୟ ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉପଦେଷ୍ଟା ପ୍ରଭାତ କୁମାର ଦାସ,ରାଜ୍ୟ ଉପସଭାପତି ସନ୍ତୋଷ କୁମାର ଜେନା,ଜିଲ୍ଲା ସଭାପତି ହିମାଂଶୁ କୁମାର ପଟ୍ଟନାୟକ,ଜିଲ୍ଲା ଉପସଭାପତି ବିଜୟ କୁମାର ବେହେରା,କାର୍ଯ୍ୟକାରୀ ସଭାପତି ଡ ବିଜୟ ଚନ୍ଦ୍ର ମହାରଣା,ଉପସଭାପତି ଭିକାରୀ ଗୌଡ,ଯୁଗ୍ମ ସମ୍ପାଦକ ସୂର୍ଯ୍ୟମଣି ମହାନ୍ତି,କାର୍ଯ୍ୟକାରିଣୀ ସଭ୍ୟ ଲୋକନାଥ ମିଶ୍ର,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୌରିଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ସର୍ବପ୍ରଥମେ ମହାମାରୀ କରୋନା ପ୍ରାଦୁର୍ଭାବରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତାପରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ବି ଗୋପାଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଗାମୀ ତିନିବର୍ଷ ପାଇଁ ବ୍ଳକସ୍ତରୀୟ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସ୍ଥାନୀୟ ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ସଭାପତି ରୂପେ ମନୋନୟନ ହୋଇଥିବା ବେଳେ ମହାମାୟୀ ଉଚ୍ଚ ବିଦ୍ୟାଳୟର ବି ଗୋପାଳ ପାତ୍ର ଉପସଭାପତି,ମା’ସ୍ବପ୍ନେଶ୍ବରୀ ଉଚ୍ଚ ବିଦ୍ୟାଳୟର ବସନ୍ତ କୁମାର ସାହୁ ସମ୍ପାଦକ,ଭଗବତ ସ୍ବାମୀ ଉଚ୍ଚ ବିଦ୍ୟାଳୟର କାହ୍ନୁ ଚରଣ ସ୍ବାଇଁ ଯୁଗ୍ମ ସମ୍ପାଦକ,ବିବେକାନନ୍ଦ ପଟ୍ଟନାୟକ,ମା’କାଳୀ କୃଷକ ବିଦ୍ୟାପୀଠର ପୂର୍ଣ୍ଣଚନ୍ଦ୍ର ଭୋଳ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ପ୍ରକାଶ ଚନ୍ଦ୍ର ନାୟକ,ପ୍ରଦୀପ୍ତ କୁମାର ସାମନ୍ତରାୟ,ଇ ସୀମାଞ୍ଚଳ ପାତ୍ର ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଗିରିଜା ଶଙ୍କର ମିଶ୍ର,ରୋହିତ କୁମାର ସେଠୀ,ଅରୁଣ କୁମାର ନନ୍ଦ, ସିଦ୍ଧାର୍ଥ କୁମାର ସ୍ବାଇଁ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *