ନୂଆ _ଓ ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ

ନୂଆ _ଓ ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ ଡେଲାଙ୍ଗ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଓଡିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ନୁଆ ଓଡିଶା,ଯୁଵ ଓଡିଶା ଓ ନବୀନ ଓଡିଶା ଆନୁକୂଲ୍ୟରେ ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | କଲ୍ୟାଣପୁର ବିଜ୍ଞାନ ଉଚ୍ଚ ମଧ୍ୟ୍ୟମିକ ବିଦ୍ୟାଳୟ ର ଅଧକ୍ଷା ତୃପ୍ତିମୟୀ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଜାପାନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଯୁବ ବିଧାୟକ ରୁଦ୍ରପ୍ରତାପ ମହାରଥୀ , ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଅଭିନାନନ୍ଦ ପ୍ରଧାନ,ସମ୍ମାନିତ ଅତିଥି ଡେଲାଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତୀ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ତଥା ପୂର୍ବତନ ଅଧକ୍ଷ ପ୍ରସନ୍ନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଅଧକ୍ଷ ବୈରାଗୀ ଜେନା,ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠି, ସିଙ୍ଗବ୍ରହ୍ମପୁର ସମିତିସଭ୍ୟ ମହେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ!ଏଇ ଉତ୍ସବରେ ନୋଡାଲ ଅଧିକାରୀ ଅଧ୍ୟାପକ କୈଳାଶ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଲୋକନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ! ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୫ତାରିଖରୁ ଚାଲିଥିବା ନୂଆ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା ମାଧ୍ୟମରେ ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ କ୍ରୀଡା ପ୍ରତିଯୋଗିତା, ସଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସେବା ଓ ସଚେତନତା କାର୍ଯ୍ୟକ୍ରମ ଗୁଡିକ ବିଦ୍ୟାଳୟ ନିକଟସ୍ଥ ଗ୍ରାମ,ବଜାର,ସାହି ଏବଂ କଲେଜ ପରିସରରେ କରାଯାଇଥିଲା l କାର୍ଯ୍ୟକ୍ରମ ଗୁଡିକରେ ଭାଗ ନେଇଥିବା କ୍ରୀଡା, ସାଂସ୍କୃତିକ ଓ ସାମାଜିକ ବିଭାଗ ରେ କୃତି ଛାତ୍ରଛାତ୍ରୀ ମାନଂକୁ ସ୍ମାରକ ପତ୍ର, ପ୍ରାଇଜ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ! କାର୍ଯ୍ୟକ୍ରମକୁ ଅଧ୍ୟାପକ ନିରୋଦ ସାମନ୍ତରାୟ, ତୁହିମାଂଶୁ ନାୟକ,ସମ୍ପଦ କୁମାର ପ୍ରଧାନ, କୈଳାଶ ଚନ୍ଦ୍ର ସାହୁ,ମନୋରଞ୍ଜନ ପ୍ରଧାନ, ପ୍ରତାପ କେଶରୀ ବରାଳ, ଅଜୟ ନାୟକ, ଦୀପକ ରଞ୍ଜନ ପଣ୍ଡା,ଅଧ୍ୟାପିକା ଅନିତା ମିଶ୍ର, ବିଷ୍ନୁପ୍ରିୟା ଦେଇ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ରମେଶ ଚନ୍ଦ୍ର ସୁବୁଦ୍ଧି, ରଶ୍ମି ରଞ୍ଜନ ପ୍ରଧାନ, କାଶୀନାଥ ପ୍ରଧାନ, ଦେବଦତ୍ତ ମହାରଣା, କାର୍ତ୍ତିକ ପାଟଶାଣୀ ରମେଶ ପରିଡା ଉପସ୍ଥିତ ସହ ସହଯୋଗ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା ଓ ପରିଶେଷରେ ଅଧ୍ୟାପକ ଦିଲ୍ଲୀପ କୁମାର ରଥ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *