ନିଯୁକ୍ତି ସଂସ୍ଥାରେ ଦୁର୍ନୀତି, ବିରୋଧ କଲା ଏବିଭିପି

ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ ରାଜ୍ୟରେ ହେଉଥିବା ସମସ୍ତ ନୂତନ ନିଯୁକ୍ତି ପକ୍ରିୟା ପରିଚାଳନା କରିଥାଏ । କିନ୍ତୁ ଏହି ସଂସ୍ଥାର ସ୍ୱଚ୍ଛତା ନେଇ ଦୀର୍ଘଦିନ ଧରି ଅଭିଯୋଗ ହେଇ ଆସୁଥିଲା। ଉକ୍ତ ବୋର୍ଡର କମିଶନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉରୁ ଏହା ପ୍ରମାଣିତ ହୋଇଛି। ଏହି ଚଢ଼ାଉ ବେଳେ ଭିଜିଲାନ୍ସ ବିଭାଗ ହାତରେ କୋଟି କୋଟି ଟଙ୍କା ନଗଦ ସହ ସୁନାରୁପା ଓ ବେନାମୀ ସମ୍ପତି ଠାଵ ହୋଇଛି । ସଚିବଙ୍କ ଘରୁ ଏହି ଚଢ଼ାଉ ପରେ ନିଯୁକ୍ତି ନେଇ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ରାଜ୍ୟ ସରକାରଙ୍କ ଗୋଚରରେ ଏହି ବୋର୍ଡ ଦ୍ୱାରା ନିଯୁକ୍ତିରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଏଭିବିପି । ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ଏହି ବୋର୍ଡ ଟଙ୍କା ନେଇ ଅଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଉଥିବାକୁ ନେଇ ନିନ୍ଦା କରିଛି ଏବିଭିପି । ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବିଭିପି କେନ୍ଦୁଝର ଶାଖାର ସଦସ୍ୟ । ଉକ୍ତ ଦୁର୍ନୀତି ଖୋର ଅଫିସର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ସହ ତଦନ୍ତ ପକ୍ରିୟାକୁ ଆହୁରି କଡାକଡି କରିବାକୁ ଦାବି କରିଛି ଏବିଭିପି ।
କେନ୍ଦୁଝର:- ମନୋଜ କୁମାର ବେହେରା।