ନିଆଁରେ ପୋଡି ହୋଇ ମହିଳା ଗୁରୁତର

କାମାକ୍ଷାନଗର୨୧.୧୨.୨୦୨୩ଆଙ୍କର-ନିଆଁରେ ପୋଡିହୋଇ ମହିଳା ଗୁରୁତର। ଗୁରୁତର ମହିଳା ହେଲେ ମହାବିରୋଡ ଥାନା ଚାଉଳିଆଝରଣ ଗ୍ରାମର ଗୌରି ସୋରେନ। ସୂଚନା ମୁତାବକ ଆଜି ଭୋର ସମୟରେ ଗୌରି ଶୀତ ଦାଉରୁ ରକ୍ଷା ପାଇବାପାଇଁ ଘର ସମ୍ମୁଖରେ ନିଆଁ ପୋଇଁ ହେଉଥିଲେ। ଅସାବଧାନତା ଯୋଗୁ ତାଙ୍କ ପିନ୍ଧାଲୁଗାର ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରିଥିଲେ। ତାଙ୍କ ଶରିରର ଶତକଡା ୫୦ ଭାଗ ପୋଡିଯାଇଥିବା ଜଣା ପଡିଛ। ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସାପରେ ଡାକ୍ତର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

Prakash Kumar Patra reporter

Leave a Reply

Your email address will not be published. Required fields are marked *