ବିଦ୍ୟାଳୟରେ’ନୂଆ-ଓ ‘କାର୍ଯ୍ୟକ୍ରମ ଉଦଘାଟିତ

lଜଟଣୀ:୨୧:୧୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଗୋଡ଼ିପୁଟ ମାଟିଆପଡାରେ’ନୂଆ- ଓ’ ଉଦଘାଟିତ ହୋଇଛି।ଏଥିରେ ସଂସ୍କୃତି,କ୍ରୀଡ଼ା ପ୍ରତିଯୋଗିତା ଓ ସାମାଜିକ ସଚେତନତା କରାଯିବ ବୋଲି ସ୍ଥିର କରାଯାଇଛି l ଅଧ୍ୟକ୍ଷ ପବିତ୍ର ମୋହନ ମିଶ୍ରଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ ଏବଂ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ଅତିଥି ଭାବେ ଯୋଗ ଦେଇ ଥିଲେ।ସ୍ଥାନୀୟ ବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଜ୍ୟୋତ୍ସ୍ନା ରାଣୀ ମିଶ୍ର ଓ ଓଡ଼ିଆ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *