ବାର୍ଦ୍ଧକ୍ୟ ,ବିଧବା ଓ ଅସହାୟ ଭତ୍ତା ମାସକୁ 3 ହଜାର ଟଙ୍କାକର-ସିପିଏମ

ବ୍ରହ୍ମପୁର – ବାର୍ଦ୍ଧକ୍ୟ, ବିଧବା ଓ ଅସହାୟ ଭତ୍ତା 3 ହଜାର ଟଙ୍କା କର ଓ ଭତ୍ତା ଧାରୀଙ୍କୁ ପ୍ରତି ମାସରେ ଭତ୍ତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କର ଦାବୀରେ ଦକ୍ଷିଣାଞ୍ଚଳ RDC ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସେଠାରେ ଆୟୋଜିତ ବିକ୍ଷୋଭ ସଭାରେ ବକ୍ତାମାନେ ଅତିଶୀଘ୍ର ରାଜ୍ୟ ସରକାର ଭତ୍ତା ବୃଦ୍ଧି କରିବା ପାଇଁ ଦାବୀ କରିଥିଲେ।ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ 2750 ଟଙ୍କା ଓ ତେଲେଙ୍ଗାନାରେ 2000 ଟଙ୍କା ଭତ୍ତା ହୋଇଥିଲା ବେଳେ ଓଡ଼ିଶାରେ ବିଜେଡ଼ି ସରକାର 24 ବର୍ଷ ଧରି ଭତ୍ତା ବୃଦ୍ଧି ନ କରିବାକୁ ଦୃଢ଼ ନିନ୍ଦା କରିଥିଲେ।ସେହିଭଳି କେନ୍ଦ୍ର ସରକାର କେବଳ 2 ଶହ ଟଙ୍କା ଭତ୍ତା ଦେବା ଲୋକଙ୍କ ଅସହାୟତା ପ୍ରତି ଉପହାସ ବୋଲି ଉଲ୍ଲେଖ କରିଥିଲେ। ଅତିଶୀଘ୍ର ରାଜ୍ୟର ପ୍ରାୟ 50 ଲକ୍ଷ ନିସହାୟ ଓ ବରିଷ୍ଠ ନାଗରିକଙ୍କୁ 3 ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଏବଂ ପ୍ରତି ମାସରେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବାକୁ ଦାବୀ କରିଥିଲେ।ପାର୍ଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ RDC ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବରିଷ୍ଠ ନେତା କୈଳାସ ଷଡଙ୍ଗୀ, ପ୍ରତାପ ଚୌଧୁରୀ, ଶିଵ ପ୍ରସାଦ ମହାପାତ୍ର, ବାବୁଲା ନାୟକ, କେଶବ ଗୌଡ଼, ଚିଟିବାବୁ, ହରି ନାହାକ, ରଂଜନ ପାତ୍ର, କୃଷ୍ଣ ନାହାକ, ପୁରୁଷୋତ୍ତମ ସାହୁ, ଗୋପାଳ ପାଣିଗ୍ରାହୀ, ଗୋପାଳ ମହାନ୍ତି, ରମେଶ ଚନ୍ଦ୍ର ସାହୁ ଓ ରବି ନାରାୟଣ ସାବତ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *