ଦୁର୍ଗା ଚରଣ ସ୍ମୃତି ସଂସଦ ର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ପୁରୀ,22ଡ଼ିସେମ୍ବର -ପୁରୀ ର ଅଗ୍ରଣୀ ଅନୁଷ୍ଠାନ ଦୁର୍ଗା ଚରଣ ସ୍ମୃତି ସଂସଦ ର ଚତୁର୍ଥ ଉତ୍ସବ ଅନ୍ନପୂର୍ଣା ରଙ୍ଗମଞ୍ଚ ଠାରେ ପାଳିତ ହୋଇଯାଇଛି।ଏହି ଉତ୍ସବ ରେ ଅନୁଷ୍ଠାନ ର ସଭାପତି ବିଜୟ କୁମାର ଅ।ପଟ୍ ଅଧକ୍ଷତା କରିଥିଲେ |ସମ୍ପାଦକ ସତ୍ୟ ନାରାୟଣ ଶତପଥୀ(ଟୁଟୁ )ଦୁର୍ଗାଚରଣ ଙ୍କ ସ୍ମୃତି ଚାରଣ ସହ ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କ ରେ ମତ ଦେଇଥିଲେ । ମାର୍ଗଦର୍ଶକ ବିରେନ୍ଦ୍ର ନାରାୟଣ ଗୋଛିକାର ଦୁର୍ଗାଚରଣ ଙ୍କ ସ୍ମୃତି ଚାରଣ କରିଥିଲେ । ଶିକ୍ଷାବିତ ଶିବସୁନ୍ଦର ମିଶ୍ର ମଂଚ ପରିଚାଳନା କରିଥିଲେ ।ମଞ୍ଚରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ଶିକ୍ଷା କର୍ମଚାରୀ ସଂଘ ର ଉପସଭାପତି ଶାରଦା ଚରଣ ମହାନ୍ତି, ଯୁବ ଆଇନୀଜୀବୀ, ସମାଜସେବୀ ତଥା ସମିତିସଭ୍ୟ ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇ ଦୁର୍ଗାଚରଣ ଙ୍କ ମହନୀୟତା ଓ ଜନପ୍ରିୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପୁରୀ ର ମାନ୍ୟଗଣ୍ୟ ବ୍ଯକ୍ତି ଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟ, ଯାଦୁ ଖେଳ ପ୍ରଦର୍ଶିତ ହୋଇଥିଲା | ନାଟ୍ୟକାର ଗଣେଶ୍ଵର ମହାପାତ୍ର ଙ୍କ ଲିଖିତ ଓ ରାମକୃଷ୍ଣ ମହାପାତ୍ର ଙ୍କ ନିର୍ଦେଶନା ଓ ତତ୍ତ୍ଵାବଧାନରେ ମଞ୍ଚ ନାଟକ ନିସଙ୍ଗ କଳାକାର ମଞ୍ଚସ୍ଥ ହୋଇ ଥିଲା। ଟୁଟୁ ଉଖୁନା,ଜିତୁ ଦାସମହାପାତ୍ର, କାଳୁ ଦାଶ,ଦେବାଶିଷ, ଦେବୀ, ବିରଞ୍ଚି, ରାଜବାବର, ରଞ୍ଜିତା ଓ ପ୍ରଣାମ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଅଭିନୟ କରିଥିଲେ । ଉମାଶିବ ଚିତ୍ରାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ ନରସିଂହ ରାୟ ଅନୁଷ୍ଠାନର ବରିଷ୍ଠ ସଭ୍ଯ ଙ୍କ ପୁତ୍ର ସ୍ଵର୍ଗତ ସୂର୍ଯ୍ୟ ନାରାୟଣ ଙ୍କ ଉଦ୍ଦେଶ୍ଯ ରେ ନାଟକ ପରିବେଷଣ କରାଯାଇଥିଲା |ଶେଷରେ ଅନୁଷ୍ଠାନ ର ଉପସଭାପତି ଅରବିନ୍ଦ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *