ଛେଳି ଚୋର ସହିତ ବେପାରୀ ଗିରଫ

।ନିମାପଡା.୨୨/୧୨:- ଆଗକୁ ଆସୁଛି ନବବର୍ଷ, ନବବର୍ଷ ରେ ଛେଳି ମାଂସ ର ଚାହିଦା ଅଧିକ ,ସେଥିପାଇଁ ଗ୍ରାମାଞ୍ଚଳରେ ଗରିବ ଶ୍ରେଣୀର ଲୋକ ମାନେ ଛେଳି ମେଣ୍ଢା ପାଳୁଥନ୍ତି।ନୂଆବର୍ଷରେ ଛେଳି ମେଣ୍ଢା ବିକ୍ରି କଲେ ଅଧିକା ଦି ପଇସା ଲାଭ ହେବ ବୋଲି ଗାଁ ଗହଳି ର ଲୋକ ମାନେ ନୁଆ ବର୍ଷକୁ ଅପେକ୍ଷା କରିଥାନ୍ତି ।ତେଣୁ ଛେଳି ବେପାରୀ ମାନେ ବି ଆଗରୁ ଛେଳି ଆଣି ଷ୍ଟକ୍ ରଖୁଛନ୍ତି ।କିନ୍ତୁ ଏବେ ଠାରୁ ଗ୍ରାମାଞ୍ଚଳରେ ମାତିଳେଣି ଛେଳିଚୋର, ଯାହାର ଜ୍ୱଳନ୍ତ ଉଦାହରଣ ଘଟିଛି ଚାରିଛକ ଥାନା ଅନ୍ତର୍ଗତ ଭୋଦର ପଞ୍ଚାୟତ ର ଜୁଣୁପୁରୁ ଗ୍ରାମରେ । ଘଟଣା ରୁ ପ୍ରକାଶ ଯେ ଉକ୍ତ ଗ୍ରାମର ବିକା ବେହେରା ଙ୍କ ଅଭିଯୋଗ ଆଧାରରେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଏକ ଟିମ୍ ଗଡି ଅନୁସନ୍ଧାନ କରିବାରେ କଳପାଞ୍ଚଣ ଗ୍ରାମର ସେକେ ସଲାମତ(20), ଆକାସ ଭୋଇ (୧୯), ଲୋଚନ ଭୋଇ (୨୫)ଗୁଣ୍ଡିଆ ଲେଙ୍କାସାହି ର ବୁଲୁ ସେଠୀ (୧୯), ନୁଆହାଟ ର ଚନ୍ଦନ ଭୋଇ (୧୯),ଉମା ମହେଶ୍ୱୋରପୁରୁ ମାଂସ ବେପାରୀ ଏସ କେ ପଦୁ ର ସହାୟତାରେ ଅଭିଯୋଗ କାରୀ ଙ୍କ ଘରୁ ୧୯ରୁ ଉର୍ଦ୍ଧ ଛେଳି ଚୋରି କରି ନେଇଥିଲେ ।ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ବହୁତ ଚୋରି ଅଭିଯୋଗ ରହିଅଛି ।ଆଜି ନିମାପଡା ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ମଲିକ୍ ଏବଂ ଥାନା ଅଧିକାରୀ ମମତା ବିଶ୍ଵାଳ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି। ଚାରିଛକ ଥାନା ଅଧିକାରୀ ଏବ ତାଙ୍କ ଟିମ୍ ଙ୍କ ସହାୟତାରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଛେଳି ଚୋର ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଚାରିଛକ ଥାନା କେସ ନମ୍ୱର ୧୨୧/୨୩ ଆଇ ପି ସି ଧାରା ୩୯୫, ୩୪ଧାରା ରେ ମାମଲା ରୁଜୁ କରି ଅଦାଲତ ରେ ହାଜର କରାଯିବ ବୋଲି ଥାନା ଅଧିକାରୀ ଜଣାଇ ଛନ୍ତି ।
ନିମାପଡା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ