ନୂଆଗାଁ ରେ ବିଜେଡ଼ି ତରଫରୁ ଶେଚ୍ଛାକୃତ ରକ୍ତଦାନ ଶିବିର

ଶାରା ରାଜ୍ୟର ରକ୍ତର ଅଭାବକୁ ଦୁର କରିବା ଲାଗି ନୂଆ ଓ ଜୁବ ଓଡ଼ିଶା ନବୀନ ଓଡ଼ିଶା ଓ ଓଡ଼ିଶା ମୋ ପରିବାର ଆନୁ କଉଲ୍ୟ ରେ ଜୀବନ ବିନ୍ଦୁ ପକ୍ଷରୁ ଓଡ଼ିଶା ରକ୍ତ ଭଣ୍ଡାର ନୟାଗଡ଼ ଶାଖା ସହାୟତାରେ ଆଜି ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଯୁବ ଭବନ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି .ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପି୍ରୟା ବେହେରା, ଜିଲା ବିଜେଡି ଉପସଭାପତି ଦିଲ୍ଲୀପ ଦଳବେହେରା,ଦଶପଲ୍ଲାପୃର୍ବତନ ବ୍ଲକ୍ ଅଧ୍ୟକ୍ଷ ଉପେଦ୍ର କୁମାର ସାହୁ, ନୂଆଗାଁ ବ୍ଲକ୍ ବିଜେଡି ସଭାପତି ସନାତନ ସାମଲ, ବ୍ଲକ୍ ଛାତ୍ର ସଭାପତି ସୁବ୍ରତ କୁମାର ପରିଡ଼ା,ବ୍ଲକ୍ ବିଜେଡି ଉପସଭାପତି ମୁରଲିଧର ଜେନା, ନୟାଗଡ଼ ଜିଲ୍ଲା ଜୁବ ବିଜେଡ଼ି ଉପ ସଭାପତି ଗୋଲକ ବିହାରୀ ଗୋଛାୟତ, ସମାଜସେବୀ ଶଙ୍କର୍ଷଣ ବେହେରା, ମାଇଛେଳି ପଞ୍ଚାୟତ ବିଜେଡ଼ି ସଭାପତି ତଥା ସମାଜ ସେବି ଦାଶରଥି ପ୍ରଧାନ , ନୂଆଗାଁ ପଞ୍ଚାୟତ ବିଜେଡି ସଭାପତି ପ୍ରକାଶ ପ୍ରଧାନ ଏବଂ ନୂଆଗାଁ ବ୍ଲକ୍ର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟାମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

Leave a Reply

Your email address will not be published. Required fields are marked *