ସରସ୍ବତୀ ଶିଶୁମନ୍ଦିର ର ସପ୍ତବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର୨୨/୧୨/୨୩ -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ବତୀ ଶିଶୁମନ୍ଦିର ରେ ଗତକାଲି ସପ୍ତବିଂଶତମ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ପାଳିତ ହୋଇଯାଇଛି ବିଦ୍ୟାଳୟ ର ସଭାପତି ସଞ୍ଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଙ୍କ ସମେତ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୌରଚନ୍ଦ୍ର ନନ୍ଦ ମଞ୍ଚରେ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ସମସ୍ତ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟ ରେ ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ମୁଖ୍ୟ ଅତିଥି ଶ୍ରୀ ନାରାୟଣ ଚନ୍ଦ୍ର ନାୟକ ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ରୂପେ ଗଢିତୋଳିବା ର ଆହ୍ୱାନ ଦେବା ସହ ପ୍ରଶାସନିକ ଅଧିକାରୀଙ୍କ ସୁନ୍ଦର ସଂଗୀତ ଗାନ ଉପସ୍ଥିତ ସମସ୍ତ ଦର୍ଶକ ଙ୍କ ମନ ମୋହିଥିଲା

Leave a Reply

Your email address will not be published. Required fields are marked *