ମୁଣ୍ଡରେ ପଥର ଛେଚି ଯୁବକଙ୍କୁ ହତ୍ୟା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି ।ଜଣେ 45 ବର୍ଷୀୟ ଯୁବକର ମୁଣ୍ଡରେ ପଥର ଛେଚି ଜଣେ 24ବର୍ଷୀୟ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ପ୍ରକାରେ :କୋଷାଗୁମୁଡ଼ା ବ୍ଲକ ଦମାପଲା ଗ୍ରାମର ରାମସିଂ ଜାନୀ (45) ନିଜ ପରିବାର ସହ 15 ଦିନ ହେବ ଶ୍ୱଶୁର ଘର ତେଲନଦୀ ଆସିଥିଲେ।ସେହିପରି ଜଗଦଲପୁର ନିଆମାର ଗ୍ରାମର ନରେଶ ଦୁରୁଆ(24)ଙ୍କ ମଧ୍ୟ ଶ୍ୱଶୁର ଘର ତେଲନଦୀ ହୋଇଥିବା ଯୋଗୁଁ କିଛି ଦିନ ତଳେ ପରିବାର ସହ ଆସିଥିଲେ।ତେବେ ଗତକାଲି ସନ୍ଧ୍ୟା ସମୟରେ ରାମସିଂ ଏବଂ ନରେଶ ଦୁହେଁ ମିଶି କୁଆଡେ ଯାଉଥିବାର କିଛି ଲୋକ ଦେଖିଥିଲେ।ରାତ୍ର ଦୁହେଁ ଘରକୁ ନଫେରିବା ଯୋଗୁଁ ଦୁହେଁଙ୍କ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ।କିନ୍ତୁ ପାଇ ନଥିଲେ।ତେବେ ଆଜି ସକାଳୁ ତେଲନଦୀ ଠାରୁ ପ୍ରାୟ 100 ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତ ଦେହ ପଡିଥିବାର ଦେଖି କିଛି ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ଆସି ରାମସିଂର ମୁଣ୍ଡରେ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ।ଘଟଣା ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ଏସ୍ଡ଼ିପିଓ ମଧୁଶିକ୍ତା ମିଶ୍ର, ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନ, ଏସଆଇ ପ୍ରକାଶ ମିଶ୍ର, ଏ ଏସ ଆଇ ଦିଲୀପ ବାଘ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇ ଥିବାର ସୂଚନା ମିଳିଛି।ତେବେ ରାମସିଂର ହତ୍ୟା ନରେଶ କରିଛି ନା ଅନ୍ୟ କିଏ ଉମରକୋଟ ପୋଲିସ ତାହାର କେସ ନଂ 342/23 ଓ ଆଇପିସି ଧାରା 302ରେ ତଦନ୍ତ ଜାରି ରଖିଛି।