ପୁରୀ ରେ ରେଡ଼ିଓ ଶ୍ରୀକ୍ଷେତ୍ର ଓ ପଲ୍ଲୀବାଣୀ ମିଶନ ନୂଆଦିଲ୍ଲୀ ର କାର୍ଯ୍ୟକ୍ରମ

—ବିଶ୍ଵଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଯେ ନିର୍ବାଣ ମିଳେ ,ଏହା ଗଳ୍ପ , କାହାଣୀ କି ଲୋକକଥା ନୁହେଁ। କେଉଁ ଯୁଗରୁ ପୁରାଣ-ମହାପୁରାଣ ଏକଥା ଜଣାଇଛି। ସ୍କନ୍ଦ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟଠାରୁ ବାମଦେବ ସଂହିତା ପର୍ଯ୍ୟନ୍ତ ସବୁଠାରେ ଶ୍ରୀକ୍ଷେତ୍ର ଯେ ନିର୍ବାଣ ର କ୍ଷେତ୍ର ଏହା ସୂକ୍ଷ୍ମ ଭାବେ ବର୍ଣ୍ଣିତ ରହିଛି। କେବଳ ମଣିଷ ନୁହେଁ,ପଶୁ,ପକ୍ଷୀ ଠାରୁ କୀଟପତଙ୍ଗ ଏହି କ୍ଷେତ୍ରରେ ମୃତ୍ୟୁ ଲଭି ମୁକ୍ତି ପାଇଥାନ୍ତି। ସେଥିପାଇଁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ଶ୍ରୀମନ୍ଦିର ରେ ପ୍ରବେଶ, ମହାପ୍ରସାଦ ସେବନ ଏପରିକି କଣିକାଏ ନିର୍ମାଲ୍ୟ ପାଇଁ ଏହି କ୍ଷେତ୍ରକୁ ଧାଇଁ ଆସନ୍ତି ଲକ୍ଷଲକ୍ଷ ଭକ୍ତ। ଏଣୁ ପ୍ରତିଟି ମଣିଷ ସମର୍ପଣ ଭାବରେ ଠାକୁରଙ୍କ ନିକଟରେ ସମର୍ପିତ ହେବା ଓ ସତ୍ ମାର୍ଗ ରେ ଯାଇ , ସମସ୍ତଙ୍କୁ ଅନ୍ତରତମ ପ୍ରଦେଶରୁ ଭଲପାଇଲେ ନିର୍ବାଣ ମିଳିବ। ନୁଆଦିଲ୍ଲୀ ର ପଲ୍ଲୀବାଣୀ ମିଶନ ଓ ରେଡିଓ ଶ୍ରୀକ୍ଷେତ୍ର ପକ୍ଷରୁ ପୁରୀ ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷରେ ବିଶିଷ୍ଟ ସାମ୍ବାଦିକ, ସଂଗଠକ ଓ ସମାଜସେବୀ ରାମଚନ୍ଦ୍ର ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଣ ଶ୍ରୀକ୍ଷେତ୍ର ପୁରୀ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନାଚକ୍ର ରେ ଯୋଗଦେଇ, ଏକଥା କହିଛନ୍ତି ବିଶିଷ୍ଟ କବି,ଚିତ୍ରକର ତଥା ଦକ୍ଷ ପ୍ରଶାସକ ଡଃ କୁଳମଣି ବିଶ୍ବାଳ, ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର, ସେବାୟତ ରାଜା ସ୍ବାଇଁ ମହାପାତ୍ର, ସେବାୟତ ନୀଳମଣି ଗୁରୁ, ବିଶିଷ୍ଟ ସମାଜ ସଂସ୍କାରକ ତଥା ପ୍ରଶାସକ ଶ୍ରୀକାନ୍ତ ପରିଜା ଓ ଗୀତିକାର କଥାକାର ବଦ୍ରି ମିଶ୍ର। ଏଥିରେ ପୁରୀର ବୁଦ୍ଧିଜୀବୀ, ଶିକ୍ଷାବିତ୍, ସେବାୟତ ଓ ଅନେକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିବାବେଳେ, ଧନ୍ୟବାଦ ଦେଇଥିଲେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର।

Leave a Reply

Your email address will not be published. Required fields are marked *