ସ୍ୱାମୀ ସ୍ତ୍ରୀ କଳହକୁ ନେଇ ପଡୋଶୀ ପ୍ରତିବାଦ କରିବାରୁ ସ୍ୱାମୀର ଠେଙ୍ଗା ମାଡରେ ପଡୋଶୀ ମୃତ

-କାମାକ୍ଷାନଗର୨୩-୧୨-୨୦୨୩-କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଠେଙ୍ଗାରେ ପିଟି ଜଣଙ୍କୁ ହତ୍ୟା ।ସ୍ୱାମୀ ସ୍ତ୍ରୀଙ୍କ କଳହ ଚାଲିଥିବା ବେଳେ ପଡୋଶୀ ପ୍ରତିବାଦ କରିବାରୁ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ।ଅଭିଯୁକ୍ତ ନିର ଭୁତିଆଙ୍କ ଠେଙ୍ଗା ମାଡରେ ସେହି ଗାଁର ପଡୋଶୀ ରୋହିତ ପଧାନ ମୃତ ହୋଇଛି।ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁସାରେ ଖମାର ଅଂଚଳର ନିର ଭୁତିଆ ବାଉଁଶପାଳ ଶବର ସାହିରେ ଶ୍ବଶୁର ଘରେ ରହୁଥିଲେ। ସବୁବେଳେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।ଗତକାଲି ମଧ ଅପରାହ୍ନରେ ନିର ଓ ତାଙ୍କ ସ୍ତ୍ରୀ ମଧ୍ୟରେ କଳହ ଲାଗିଥିଲା। ରୋହିତ ପଧାନ କହିଥିଲେ କାହିଁକି ପିଲା ଛୁଆ ଓ ସ୍ତ୍ରୀକୁ ମରପିଟ କରୁଛୁ।ଏବଂ ଏଥିରୁ ବାରଣ ମଧ୍ୟ କରିଥିଲେ। ଯାହାଫଳରେ ନିର ଠେଙ୍ଗାରେ ରୋହିତକୁ ଆକ୍ରମଣ କରିଥିଲା। ଫଳରେ ରୋହିତ ଗୁରୁତର ଆହତ ହୋଇଥିଲେ। ରୋହିତର ସ୍ତ୍ରୀ ଧାନ କାଟି ଘରକୁ ଫେରିବାରୁ ରୋହିତ ସମସ୍ତ ଘଟଣା ସ୍ତ୍ରୀ ଆଗରେ କହିଥିଲା। ଏବଂ ମୋର ଦେହ ଅତ୍ୟନ୍ତ ଖରାପ ଲାଗୁଛି। ଏବଂ ତାପରେ ଖାଇପିଇ ସୋଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ରୋହିତର ଦେହ ଅତ୍ୟନ୍ତ ଖରାପ ହେବା ସହ ପେଟ ଫୁଲିଗଲା। ପରିବାର ଲୋକେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ପରିବାର ଲୋକେ ବ୍ୟବଛେଦ ନକରାଇ ଘରକୁ ଆଣିଥିଲେ। ଖବର ପାଇ କାମାକ୍ଷାନଗର ପୋଲିସ ଗ୍ରାମରେ ପହଞ୍ଚି ଶବ ଜବତ କରିଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି ପୋଲିସ। ଏପଟେ ରୋହିତର ମୃତ୍ୟୁ ପରେ ଅଭିଯୁକ୍ତ ନିର ଭୁତିଆ ଫେରାର ଥିଲା। ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗିରଫ କରି ପଚରାଉଚୁରା ଚଳାଇଛି ପୋଲିସ l

Leave a Reply

Your email address will not be published. Required fields are marked *