ଏସ. ଡି. ବାଳିକା ଉଚ୍ଚ ବିଦ୍ୟାଳୟ ନୀଲାବାଡି,ବନ୍ଧୁଗାଁ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତା 22.12.2023 ରିଖ ଶୁକ୍ରବାର ଦିନ ସରକାରୀ ଏସ. ଏସ. ଡି. ବାଳିକା ଉଚ୍ଚ ବିଦ୍ୟାଳୟ ନୀଲାବାଡି,ବନ୍ଧୁଗାଁ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନିମନ୍ତ୍ରିତ ଅତିଥି ସୁଶ୍ରୀ ସସ୍ମିତା ମେଲେକା ଜିଲ୍ଲାପରିଷଦ ଅଧ୍ୟକ୍ଷା, କୋରାପୁଟ, ଶ୍ରମତୀ ଲଷ୍ମୀ ମିନିୟାକl, ଅଧ୍ୟକ୍ଷା ପଞ୍ଚାୟତ ସମିତି, ବନ୍ଧୁଗାଁ ଶ୍ରୀ ଅବିନାଶ ସେଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବନ୍ଧୁଗାଁ ଶ୍ରୀ ମଦନ ମୋହନ ମୁଦୁଲି ଗୋଷ୍ଠୀ ଶିକ୍ଷା ଅଧିକାରୀ , ବନ୍ଧୁଗାଁ, ଶ୍ରୀ ଚନ୍ଦନ କୁମାର ସ୍ୱାଇଁ ସମ୍ପ୍ରସାରଣ ଅଧିକାରୀ, ବନ୍ଧୁଗାଁ, ଶ୍ରୀ ଜଗାନା ୱାଟେକା ସରପଞ୍ଚ ନୀଳାବାଡି, ଶ୍ରୀ ଦୁର୍ଯ୍ୟୋଧନ ନାଗ ସମାଜସେବୀ ନୀଳାବାଡି, ଶ୍ରୀ ମାରିକା ହାରେକା SMC ସଭାପତି ନୀଳାବାଡି ଉଚ୍ଚ ବାଳିକା ବିଦ୍ୟାଳୟ, ଉପସ୍ଥିତ ଥିଲେ I ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରିଥିଲେ l

ବିଦ୍ୟାଳୟର ସମସ୍ତ ଶିକ୍ଷକ ଶ୍ରୀ ମନୋଜ ଚୌଧୁରୀ, ଅନନ୍ତ ନାୟକ, ଆନନ୍ଦ ଖିଲ, ସେବାୟତ, ମାଆ ମାନେ ସହଯୋଗ କରଥିଲେ l ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ l ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ନାଟକ ”ମା ” ବିନା କିଏ ହୋଇବ ସାହା?ପ୍ରଦର୍ଶିତ ହୋଇଥିଲା l କୃତୀ ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ଶେଷରେ ମଂଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା l

କୋରାପୁଟ, ରିପୋର୍ଟର ସୁବାଷ ଚନ୍ଦ୍ର ନାହାକ

Leave a Reply

Your email address will not be published. Required fields are marked *