ଜଗତସିଂହପୁର ପୁସ୍ତକମେଳା ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ୱାରା ଆଗାମୀ ୨୦୨୪ ଜାନୁଆରୀ ୧୫ ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୫ତମ ଜଗତସିଂହପୁର ପୁସ୍ତକମେଳା (ରୌପ୍ୟ ଜୟନ୍ତୀ) ପାଳନ ନିମନ୍ତେ ଭୂମି ପୂଜା କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ସାରଦା ପ୍ରସନ୍ନ ମିଶ୍ର ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ଶୁଭ ସ୍ତମ୍ଭ ସ୍ଥାପନା କରାଯାଇଥିଲା। ସାଂସ୍କୃତିକ ପରିଷଦର ସମ୍ପାଦକ ସାରଦା ପ୍ରସାଦ ଦାସ କର୍ତ୍ତା ଭାବରେ ଭୂମିପୂଜନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଗଣେଶ୍ୱର ମାଣିଆ,ଯୁଗ୍ମ ସମ୍ପାଦକ ଡ଼. ସୁଧୀର କୁମାର ମହାନ୍ତି, ନରେଶ କୁମାର ଦାସ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ମନୋଜ ଦାଶ, ସରୋଜ ସାହୁ, ଦୀପକ ପଟ୍ଟନାୟକ,ମାନସ କୁମାର କାନୁନଗୋ, ଭଗବାନ ଦାଶ ,ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି, ଶ୍ରୀ ରାଜ ସାହୁ ପ୍ରମୁଖ ଭୂମିପୂଜାରେ ଯୋଗ ଦେଇ ୨୫ତମ ରୌପ୍ୟ ଜୟନ୍ତୀ ଜଗତସିଂହପୁର ଓ ପୁସ୍ତକ ମେଳାର ସଫଳତା କାମନା କରିଥିଲେ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *