କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ପଢୁଆଁ ସ୍ଥିତ ଶାନ୍ତି ଭବନ ରେ” ବସୁଧୈବ କୁଟୁମ୍ବକମ୍ ବିଚର ମଞ୍ଚ” ପକ୍ଷରୁ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରଫେସର ଗୋଲକ ବିହାରୀ ସାହୁଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଝରଣା ପଟ୍ଟନାୟକ ଯୋଗ ଦେଇ ସମଗ୍ର ବିଶ୍ୱର ଭାଇଚରା ସଂପର୍କ ରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଗାଳ୍ପିକ ପ୍ରଫେସର ପବିତ୍ର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରଫେସର ମନୀନ୍ଦ୍ର ମହାନ୍ତି, ଡା. ଦୁର୍ଯ୍ୟୋଧନ ଦାସ, ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇ ବସୁଧୈବ କୁଟୁମ୍ବକମ୍ ତାତ୍ପର୍ଯ୍ୟ ସଂପର୍କ ରେ ବଣ୍ଣନା କରିଥିଲେ। ସଂପାଦକ ଡ. ନିତ୍ୟାନନ୍ଦ ମିଶ୍ର ମଞ୍ଚ ପରିଚଳନା କରିଥିବା ବେଳେ ମନୋରମା ଆଚାର୍ଯ୍ୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସର ରେ ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ବସୁଧୈବ କୁଟୁମ୍ବକମ୍ ସମ୍ମାନିତ କରାଯାଇଥିଲା, କବିତା ପାଠୋତ୍ସବ ରେ କବି ଡ,ପ୍ରଭାତ ନଳିନୀ ମହାପାତ୍ର, ଡ,ଅବନୀ ପ୍ରଧାନ, ଋତୁରାଜ, ପ୍ରଶାନ୍ତ କୁମାର ପାଢୀ, ଗୀତାରାଣି ଆଇଚ, ସରୋଜିନି ମହାପାତ୍ର, ନୀଳିମା ପଣ୍ଡା, କୌଳାସ ଚନ୍ଦ୍ର ପାଢୀ, ରାମଚନ୍ଦ୍ର ସାହୁ, ରଜନୀ ମଣୀ ସାହୁ,ବହୁ କବି କବିତା ପାଠ କରିଥିଲେ, ଶେଷ ରେ ଗିରିଜା ପତି, ଅନିତା ନନ୍ଦ ପରିଚାଳନା ରେ ସହଯୋଗ କରିଥିଲେ
