ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ପାଳିତ

ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ର ଆମ୍ବଶାଳ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଯୁବନେତା ସଂଜୀବ ବିଶ୍ୱାଳ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହା ସହିତ ଯୁବ ନେତା ସଂଜୀବ ବିଶ୍ୱାଳ ଙ୍କ 43 ଜନ୍ମ ଦିବସ ଅବସରରେ କେକ କଟାଯାଇ ସେଲିବ୍ରେସନ କରାଯାଇଥିଲା । ତେବେ ଆଗାମୀ 2024 ସାଧାରଣ ନିର୍ବାଚନରେ ସଂଜୀବ ବିଶ୍ୱାଳ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ବିଧାୟକ ପାର୍ଥି ପାଇଁ ଆଶାୟୀ ଥିବା ଚର୍ଚ୍ଚା ଜୋର ଧରିଛି । ତେଣୁ 27 ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯିବା ସହିତ ବିଜୁ ଜନତା ଦଳର ଯୁବ ନେତା ସଂଜୀବ ବିଶ୍ୱାଳ ଙ୍କ ର 43 ତମ ଜନ୍ମ ଦିବସ ମହା ଆଡମ୍ବର ସହିତ ପାଳିତ ହୋଇଥିବାର ଦେଖାଯାଇଛି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *