ସ୍ୱପ୍ନ ଫାଉଣ୍ଡେସନ ର Youth icon Award ହାସଲ କଲେ ସ୍ୱରାଜ

କଟକ ର ଅଗ୍ରଣି ସାମାଜିକ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠାନର founder ସୁଧାଂଶୁ ପାତ୍ର ଙ୍କ ନେତୃତ୍ୱରେ cda ସ୍ଥିତ ଉଇଣ୍ଡସର ପ୍ୟାଲେଶରେ ମହା ଆଡମ୍ବର ଓ ନିଆରା ଢଙ୍ଗରେ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଅତିଥି ଭାବେ ଡକ୍ଟର ପିସି ମହାପାତ୍ର, ଶ୍ରୀଯୁକ୍ତ ଜୟନ୍ତ ପଣ୍ଡା,ବାରବାଟୀ କଟକ ବିଧାୟକ ଇଂ.ମହମ୍ମଦ ମୋକିମ,କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ହାସ୍ୟ ଅଭିନେତା ପପୁ ପମ ପମ , ସାମଜସେବୀ ସୁକାନ୍ତ ସାହାଣୀ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଶତାଧିକ ସାମାଜିକ ସଂଗଠନ ଙ୍କୁ ସମ୍ମାନୀତ କରାଯାଇଥିଲା । ସ୍ୱପ୍ନ ଫାଉଣ୍ଡେସନ ତରଫରୁ ଚଳିତ ବର୍ଷ youth icon award କଟକର ସାମଜସେବୀ ତଥା ମଞ୍ଚ ଉପସ୍ଥାପକ ସ୍ଵରାଜ କେଶରୀ ଙ୍କୁ ପ୍ରଦାନ କରାଯାଇଛି । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନୁଷ୍ଠାନ ର ପିଲାଙ୍କ ଦ୍ୱାରା ପରିବେଷଣ ହୋଇଥିଲା କ୍ଷୁଦ୍ର ଚମତ୍କାର ନାଟକ ଦରଦି ବନ୍ଧୁ ।

Leave a Reply

Your email address will not be published. Required fields are marked *