NEWS

ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁଶାସନ, ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ

ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତିରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ମାଲୁଦ ସିଲୁ ଦାସ, ପ୍ରତାପ ପରିଡ଼ା, ଟୁଟୁ ପ୍ରଧାନ, ତିତିପ ପଞ୍ଚାୟତ ତିତିପ ଗ୍ରାମର 3 ପରିବାର ଏବଂ ବଡ଼ଝାଡ଼ ପଞ୍ଚାୟତ ହାଡ଼ୁ ବନ୍ଧୁ ତରେଇ ଙ୍କ ନେତୃତ୍ୱରେ ସିପିଆ, ବଡ଼ଝାଡ଼ ଗ୍ରାମର 7 ଗୋଟି ପରିବାର ଆଜି ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଜୟ କୁମାର ତରେଇ ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଛନ୍ତି।