ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମର ପୁରସ୍କାର ବିତରଣି ଉତ୍ସବ

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା , ଯୁବ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇ ଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟା ପ୍ରଫେସର ସ୍ୱର୍ଣ୍ଣରଶ୍ମି ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ପରିଚାଳନା କମିଟି ର ସଭାପତି ପ୍ରଫେସର୍ ଡକ୍ଟର ସନ୍ତୋଷ କୁମାର ମିତ୍ର ଯୋଗଦେଇ ଛାତ୍ରୀ ମାନଙ୍କୁ କ୍ରୀଡା,ସଂସ୍କୃତି,ଓ ସାମାଜିକ ସଚେତନା ପ୍ରତି ଆଦେଶ ପ୍ରଦାନ କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ରୂପେ ପ୍ରଫେସର୍ ଗୋପୀନାଥ କର ଯୋଗ ଦେଇ ସରକାର ଙ୍କ ଏହି କାର୍ଯ୍ୟ ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ବିକାଶ ସହ ସମୃଦ୍ଧ ଓଡିଶାର ପ୍ରଗତିରେ ସହାୟକ ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ରୂପେ ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ପ୍ରାକ୍ତନ ଅଧଖ୍ୟା ପ୍ରଫେଶର ଶାନ୍ତିଲତା ସେନାପତି ,ମହାତ୍ମା ଗାନ୍ଧୀ ସ୍ମୃତି ମହାବିଦ୍ୟାଳୟ ର ଅଧକ୍ଷ ନିରୋଧ ତ୍ରିପାଠୀ , ମା ସରସ୍ୱୋତି ଆଞ୍ଚଳିକ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ବ୍ରଜକିଶୋର ନାୟକ,ସମାଜ ସେବୀ ଚନ୍ଦ୍ରକାନ୍ତ ଦଳାଇ ,ସନାତନ ପାତ୍ର, କେଦାର ନାଥ ସାହୁ , ଛଣିଜଙ୍ଗ ପଞ୍ଚାୟତ ର ସରପଞ୍ଚ ଅଜୟ ପରିଡା, ଭୋଦର ପଞ୍ଚାୟତ ସରପଞ୍ଚ ଚାରୂଲତା ବେହେରା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା , କଳପଞ୍ଚଣ ପଞ୍ଚାୟତ ର ସମିତି ସଭ୍ୟା ସସ୍ମିତା ପାତ୍ର ,ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଦୀପ୍ତ ପାତ୍ର ଯୋଗଦେଇଥିଲେ ।ଏଥିରେ ଯୁକ୍ତ୨ ଯୁକ୍ତ ୩ ର ୬୦ ଟି ପ୍ରତିଯୋଗିତାରେ ଅସଂଗ୍ରହଣ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ପୁଷ୍ପମିତ୍ରା ପଟନାୟକ ଓ ଶିକ୍ଷା ବିଭାଗର ମୁଖ୍ୟ ଡକ୍ଟର ଶ୍ରୀଲେଖା ନାୟକ ସଂଯୋଜନା କରିଥିଲେ ।ପରି ଶେଷରେ ମହାବିଦ୍ୟାଳୟ ସସ୍କୃତ ବିଭାଗ ଅଧ୍ୟାପକ ଜୀଵନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।