ଅଭିନବ ଉପାୟ ରେ ଚାଲିଥିଲା ମଦ ବେପାର

ଧର୍ମଶାଳା ୨୮୵୧୨ ଅଭିନବ ଉପାୟ ରେ ଚାଲିଥିଲା ମଦ ବେପାର । ଜଣେ ମହିଳାଙ୍କୁ ଅଢୁଆଳ କରି ପୁରୁଷ ଜଣକ କୌଶଳ କ୍ରମେ ଏକ ବାଇକ୍ ଯୋଗେ ଚଳାଇ ଥିଲା ଦେଶି ମଦ ବେପାର। ଯିଏ ଦେଖୁଥିଲା ଭାବୁଥିଲା ବୋଧେ ଦମ୍ପତି ଯାଉଛନ୍ତି ବନ୍ଧୁ ଘର । କିନ୍ତୁ ର୍ମଶାଳା ଅବକାରୀ ବିଭାଗ ଦିର୍ଘ ଦିନ ଧରି ଏହି ମହିଳା ଓ ପୁରୁଷ ଦୁଇ ଙ୍କ ପଛରେ ଜାଲ ବିଛାଇ ଥିଲା । ଦୁର୍ଭାଗ୍ଯ ବସତ ଆଜି ଉକ୍ତ ଦୁଇ ମଦ ବେପାରୀ ଓ ଓଡି.୦୫ ଡି୭୩୪୦ ସିଡି ଡିଲକ୍ସ ମଟର ସାଇକେଲ ସମେତ ଆନୁ ମାନିକ ୪୦ ଲିଟରୁ ଉର୍ଦ୍ଧ ମଦକୁ ଅବକାରୀ ବିଭାଗ ଧରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣା ମୁତାବକ ମହିଳା ଜଣକ ହେଲେ ସୁକିନ୍ଦା ଅଞ୍ଚଳର ଲୋଚନି ମୁଣ୍ଡା ବୟସ (୨୧ ) ଓ ପୁରୁଷ ଜଣକ ହେଲେ ଯତୀନ୍ଦ୍ର ନାଥ । ଯେକି ଭୁବନ ଅଞ୍ଚଳର ଅଳାଝରୀ ଗାଁରେ ଥିବା ଜଣାପଡିଛି । ଏହି ଦୁଇ ଜଣଙ୍କର ଗତ ଗୁରୁବାର ଦିନ ଦୁଇ ଟା ସମୟରେ ମଧୁପୁରଗଡ ପଞ୍ଚାୟତର ୯ ନମ୍ବର ୱାଡ ରେ ଅବକାରୀ ବିଭାଗ ର କନେଷ୍ଟବଳ ଶିଶିର ପ୍ରଧାନ ଓ ସରୋଜ ବେହେରା ଧରିବରେ ସକ୍ଷମ ହୋଇେ ଥିଲେ। କିନ୍ତୁ ଦୁଇ ଜଣ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଗାଁର ଶତାଧିକ ମହିଳା ମାଡିବସିଥିଲେ । ଏହି ଦୁଇ ବେପାରୀ ଙ୍କୁ ଧରିବା ପାଇ ପୂର୍ବ ପ୍ରସ୍ତୁତି ଥିଲା ତେବେ ଅବକାରୀ ବିଭାଗକୁ ଗାଁ ଲୋକେ ଧନ୍ୟବାଦ ଜଣାଇ ଛନ୍ତି।
ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।