ଯୁବ ଓଡିଶା ନବୀନ ଓଡିଶା ଯୋଜନା

ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁଯାୟୀ ବ୍ୟାସନଗର ପୌର ପାଳିକା ପକ୍ଷରୁ ଏନ.ସି ହାଇସ୍କୁଲ ଖେଳ ପଡିଆରେ ୱାର୍ଡସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁଯାୟୀ ବ୍ୟାସନଗର ପୌର ପାଳିକା ପକ୍ଷରୁ ଏନ.ସି ହାଇସ୍କୁଲ ଖେଳ ପଡିଆରେ ୱାର୍ଡସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହେଇଯାଇଛି l ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁଯାୟୀ ପ୍ରତେକ ଅଞ୍ଚଳରେ ଆରମ୍ଭ ହେଉଛି କ୍ରୀଡା ପ୍ରତିଯୋଗିତା l ଆଜି ବ୍ୟାସନଗର ପୌର ପରିଷଦର ଅଧକ୍ଷା ସଂଗୀତା ପିଙ୍ଗୁଆଙ୍କ ଅଧକ୍ଷତାରେ ଆୟୋଜିତ ୱାର୍ଡସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ ଓ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି ଅତିଥିଭାବେ ଯୋଗଦେଇ ଏହି କ୍ରୀଡାକୁ ଉଦଯାପିତ କରିଥିଲେ l ତେବେ ଗ୍ରାମାଞ୍ଚଳ କ୍ରୀଡ଼ାବିତଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଇଥିବା ଏହି କ୍ରୀଡା ଉତ୍ସବ ସହାୟକ ହେବ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ l ତେବେ ଏହି କ୍ରୀଡା ପ୍ରତିଯୋଗିତା ଗତ ୨୬ ତାରିଖ ଠାରୁ ଆରମ୍ଭ ହେଇ ଆଜି ଶେଷ ହେଇଛି l ଏହି ତିନିଦିନରେ କବାଡି, ଖୋକ, ଭଲିବଲ,ଫୁଟବଲ ଓ କ୍ରିକେଟ ଖେଳ ହେଇଥିଲା l ଏହି ତିନି ଦିନ ଧରି ହେଇଥିବା ବିଭିନ୍ନ ବିଭାଗ ଖେଳରେ ବିଜୟ ହେଇଥିବା କ୍ରୀଡ଼ାବିତ ମାନଙ୍କୁ ବିଧାୟକ ଶ୍ରୀ ବଳ ପୁରସ୍କୃତ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *