ହରିହର ଉଚ୍ଚ ବିଦ୍ୟାଳୟ ଆସିକା ୧୯୮୫ ପ୍ରାକ୍ତନ ଛାତ୍ରଙ୍କ ବନ୍ଧୁମିଳନ

୨୯/୧୨/୨୩ଆସିକା ହରିହର ଉଚ୍ଚ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୧୯୮୫ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ଗତ ରବିବାର (ଡିସେମ୍ବର ୨୪ ତାରିଖ) ଆସିକା ଲାଏନ୍ସ କ୍ଳବ ଓ ହରି ହାର ଉଚ୍ଚ ବିଦ୍ୟଳୟ ପ୍ରାଙ୍ଗଣ ରେ ବନ୍ଧୁମିଳନ ବୈଠକ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦୁଇଜଣ ମୁଖ୍ୟ ସଂଯୋଜକ ପ୍ରାକ୍ତନ ଛାତ୍ର ଶ୍ରୀ କେ.କିଶୋର କୁମାର ସେନାପତି ଏବଂ ଡା ରମା କାନ୍ତ ରଥ ଦ୍ବାରା ସମ୍ଭବପର ହୋଇପାରିଥିଲା। ଏହି ବ୍ୟାଚ୍ ର ପ୍ରାୟ ୭୦ ଜଣ ଛାତ୍ର ଉପସ୍ଥିତ ଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଯେଉଁ ବିଦ୍ୟାଳୟ ଶୈକ୍ଷିକ ପରିବେଶରେ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ, ଛତ୍ରଛାୟାରେ ଏବଂ ଆଶିଷରେ ନିଜର ସୁଚାରିତ୍ରିକ, ଆଧ୍ୟାତ୍ମିକ, ନୈତିକ, ଲୌକିକ, ଉତ୍ତମ ନାଗରିକ ତଥା ଭବିଷ୍ୟତ ଜୀବନକୁ ସାଉଁଟି ପାରିଛନ୍ତି ସେହି ମହାମନ୍ୟା ଗୁରୁ ଏବଂ ଗୁରୁୁମା ମାନଙ୍କ ସ୍ମୃତିଚାରଣ କରିବା ଏବଂ ସେହି ଶୈକ୍ଷିକ ଅନୁଷ୍ଠାନର ସର୍ବାଙ୍ଗିନ ଉନ୍ନତିରେ ବଦ୍ଧପରିକର ହେବା।

ଅନେକ ଦିବଙ୍ଗତ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ବନ୍ଧୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଏବଂ ସଂପ୍ରତି ଜୀବନ ଚଲାପଥରେ ଉଦ୍ଜୀବିତ ଥିବା ଏବଂ ଅବସର ପ୍ରାପ୍ତ ଜୀବନ ଅତିବାହିତ କରୁଥିବା ଗୁରୁ ଏବଂ ଗୁରୁମାମାନଙ୍କ ଆଶୀର୍ବାଦ ଭିକ୍ଷା କରି ସେମାନଙ୍କ ଦୀର୍ଘାୟୁ ଜୀବନର କାମନା କରାଯାଇଥିଲା। ପ୍ରାୟ ଦୀର୍ଘ ୩୮ ବର୍ଷ ତଳର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ପୁନର୍ବାର ସ୍ମୃତିଚାରଣକରି ନିଜ ନିଜକୁ ହଜାଇ ଦେଇ ସଭିଏଁ ମା ଖମ୍ବେଶ୍ବରୀ ଙ୍କ ପାଖରେ ପ୍ରାଥନା କରିଥିଲେ.ଉକ୍ତ ବନ୍ଧୁ ମିଳନ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଏ ଯୁଧିଷ୍ଠିର ଡୋରା, ଶ୍ରୀ ଗଣେଶ ରଥ ଓ ଶ୍ରୀ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଅଁଶ ଗ୍ରହଣ କରିଥିଲେ ଓ ସମସ୍ତ ଛାତ୍ର ଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତ ପ୍ରାକ୍ତନ ଛାତ୍ର ଗୁରୁଜନଙ୍କ କୃପାରୁ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ନାଗରିକ ଏବଂ ଭଲ ମଣିଷଟିଏ ହୋଇପାରିଛନ୍ତି ଏବଂ ନିଜ ମାଟି ତଥା ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିପାରିଛନ୍ତି। ସେହି ଲବ୍ଧପ୍ରତିଷ୍ଠିତ, ସୁନାମଧନ୍ୟ ଏବଂ ଦେଶର ବିକାଶନ୍ମୋଖୀରେ ନିଜକୁ ହଜାଇ ଦେଇଥିବା ଉପସ୍ଥି୍ତ ପ୍ରାକ୍ତନ ଛାତ୍ରମାନଙ୍କ ନାମ ଗୁଡିକ ହେଲା ଶ୍ରୀ ଗଗନ ବିହାରୀ ନନ୍ଦ, ଶ୍ରୀ ଅଶୋକ କୁମାର ପଢି, ଶ୍ରୀ ଶ୍ୟାମପଦ ହୋତା,ଶ୍ରୀ ଟି ନାଗେଶ୍ୱର ପାତ୍ର, ଶ୍ରୀ ମନୋଜ କୁମାର ଦାଶ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ଦୋରା, ନାରାୟଣ ପାଣିଗ୍ରାହୀ, ସୁଧାଂଶୁ ପାଣିଗ୍ରାହୀ, ଅଶୋକ କୁମାର ହୋତା, ଅଶୋକ କୁମାର ଲାକଟିୟା, ଶଙ୍କର ପାତ୍ର,ସୁଦର୍ଶନ ନାହାକ, ସୁଧୀର କୁମାର ଆଚାର୍ଯ୍ୟ, ଜଗନ୍ନାଥ ଆଚାର୍ଯ୍ୟ,ସୁରେନ୍ଦ୍ର ଆଚାର୍ଯ୍ୟ,ବାଇଧର ନାହାକ, ଅସିତ କୁମାର ଦାଶ ନାରାୟଣ ରଥ, ଆମରି ପାତ୍ର, ଅମୀୟ ରଞ୍ଜନ ପଣ୍ଡା, ବି. ଶିଶିର କୁମାର ପାତ୍ର, ବିପିନି ଜେନା,ହିମାଂଶୁ ମହାରଣା, କେ.ରାଧା କୃଷ୍ଣ ଆଚରି,କେଦାର,ବାଶୁ,କିଶୋର ପଣ୍ଡା,ରାଜେନ୍ଦ୍ର ଦୋରା, ମନୋରଞ୍ଜନ ସାହୁ,ନରେଶ ପାତ୍ର,ସୁଜିତ ପୃଷ୍ଟି, ରାଜେନ୍ଦ୍ର ପାତ୍ର,ରଞ୍ଜନ ପଣ୍ଡା, କିଶୋର ସ୍ୱାଇଁ,ବିଜୟ ସ୍ୱାଇଁ,ଶକ୍ତି ପଢି, ଶ୍ରବଣ କୁମାର ପଣ୍ଡା, ଓ ଅନ୍ୟ ବହୁତ ସାଥି ଯୋଗ ଦେଇଥିଲେ.