ସାମ୍ବାଦିକ ସମ୍ମିଳନୀ

ସାମ୍ବାଦିକ ସମ୍ମିଳନୀରେ ଡିଗି ପୋଖରୀ ଉନ୍ନତୀ କରଣ ନାମରେ ମହାଦୁର୍ନୀତି କାମ କରାନଯାଇ ହେଇଛି ଲକ୍ଷାଧିକ ବିଲଆମ୍ବ ଚାରା ଓ ବୃକ୍ଷ ରୋପଣ ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା ଧାମନଗର ବ୍ଲକ ଓ ଜୋନ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ର ଡିଗି ପୋଖରୀ ର ଉନ୍ନତି କରଣ ତଥା ଗ୍ରାମ୍ୟ ଉଦ୍ୟାନ ନାମରେ କୋଟି କୋଟି ଟଙ୍କା ହଡ଼ପକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ଭଗବାନପୁର ବଜାର ନିକଟସ୍ଥ ବାଲାଜୀ ମଣ୍ଡପ ଠାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ଥାନୀୟ ବୁଦ୍ଧିଜୀବୀ ଗୌରାଙ୍ଗ ସାହୁ, ତ୍ରିଲୋଚନ ନାୟକ ପ୍ରମୁଖ ଖୋଲାସା କରିଥିଲେ। ସୂଚନା ମୁତାବକ ୨୦୧୮ରୁ ୨୦୨୩ ମଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକୁ ବେନିୟମ ଭାବେ ଅଟକଳ କରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଅଛି।ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତର ଜୟକୃଷ୍ଣପୁର ମୌଜାରେ ଖାତାନଂ ୬୩୫ ରେ ଥିବା ମୋଟ ୨୭ ଗୋଟି ପ୍ଲଟରେ ପ୍ରାୟ ୭୦ ଏକରରୁ ଊର୍ଦ୍ଧ୍ୱ ବିଭିନ୍ନ କିସମ ଯଥା-ଗ୍ରାମ୍ୟଜଙ୍ଗଲ, ଗୋଚର,ଜଳାଶୟ,ରକ୍ଷିତ ଅନାବାଦୀ ଆଦି ଜମି ଉପରେ ସରକାରୀ ଫିଜିବିଲିଟୀ ନଥାଇ ବର୍ଷ ୨୦୧୮ ରୁ ୨୦୨୩ ମଧ୍ୟରେ ମନରେଗା ଯୋଜନାରେ ଭଦ୍ରକ ମୃତ୍ତିକା ସଂରକ୍ଷଣ ବିଭାଗ,ଧାମନଗର ବ୍ଲକ ପାଣ୍ଠି ଓ ୫-ଟି ପାଣ୍ଠି ରୁ ବ୍ୟାପକ ଅର୍ଥ ବ୍ୟୟବରାଦ କରାଯାଇ ପ୍ରକଳ୍ପ ମାନ କାର୍ଯ୍ୟକାରୀ କରାଯାଉଥିଲେ ହେଁ ସେଥିପ୍ରତି ବ୍ଲକ ଠାରୁ ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ପରେ ବି କୌଣସି ଫଳ ନମିଳିବାରୁ ଶେଷରେ ଲୋକାୟୁକ୍ତ ଭୁବନେଶ୍ୱରଙ୍କ ନିକଟରେ ଲୋକାୟୁକ୍ତଙ୍କ ପକ୍ଷରୁ ଏଲ ୱାଈ ୪୯୦/୨୨ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ମୁତାବକ ମନରେଗା ଯୋଜନାର ବର୍ଷ ୨୦୧୮ ରୁ ୨୦୨୩ ମଧ୍ୟରେ ୨ କୋଟି ୩୬ ଲକ୍ଷ ୫୦ହଜାର ଟଙ୍କା ଅଟକଳ କରାଯାଇ ୧କୋଟି ୫୧ ଲକ୍ଷ ୫୩ ହଜାର ୯୦୦ ଟଙ୍କା ବିଲ୍ କରାଯାଇଛି। ସେହିପରି ମୃତ୍ତିକା ସଂରକ୍ଷଣ ବିଭାଗ ଭଦ୍ରକ ପକ୍ଷରୁ ମନରେଗା ଯୋଜନାରେ ଆମ୍ବ ଚାରା ତଥା ଅନ୍ୟାନ୍ୟ ଚାରା ରୋପଣ ନାଁରେ ୩୩ ଲକ୍ଷ ୫୬ ହଜାର ୯ ଶହ ଟଙ୍କା କରି ସେଥିରୁ ୨୪ ଲକ୍ଷ ୧୨ ହଜାର ୨୧୯ ଟଙ୍କା ବିଲ ହେବା ପରେ ମଧ୍ୟ ଅଦ୍ୟାବଧି ଉକ୍ତ ସ୍ଥାନରେ ଗୋଟାଏ ହେଲେ ଆମ୍ବ କିମ୍ବା ଅନ୍ୟାନ୍ୟ ଚାରା ଦେଖିବାକୁ ମିଳେ ନାହିଁ।ଆହୁରି ମଧ୍ୟ ପଞ୍ଚାୟତ ସମିତି, ୫ଟି ଓ ଅନ୍ୟାନ୍ୟ ପାଣ୍ଠିରୁ ପ୍ରାୟ ୧.୫ କୋଟି ଟଙ୍କା ଅନୁଦାନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *