କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ବର୍ଷା ପାଇଁ ଆଦିବାସୀ ଲୋକମାନେ ଆରମ୍ଭ କରିଛନ୍ତି ମୁନି ଋଷି ପୂଜା

କଥାରେ ଅଛି ଚାଷ ତରତର ବଣିଜ ମଠ । କିନ୍ତୁ ଚାଷ ପାଇଁ ଚାଷୀ ଭାଇ ଯେତେ ତର ତର ହେଲେବି ବର୍ଷା ସାଜିଛି ବାଧକ । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବିଲ ଫାଟି ଆଁ କଲାଣି । ସେହି ବର୍ଷା ପାଇଁ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଆଦିବାସୀ ଲୋକମାନେ ଆରମ୍ଭ କରିଛନ୍ତି ମୁନି ଋଷି ପୂଜା । ବିଶ୍ୱାସ ଅଛି ଏହି ପୂଜା କଲେ ବର୍ଷା ହୋଇଥାଏ
ଚଳିତ ବର୍ଷ ପାଣିପାଗ ବିଭାଗ ଅନୁମାନ ଅନୁସାରେ ମୌସୁମୀ ବାୟୁ ରାଜ୍ୟରେ ଠିକ ସମୟରେ ପହଁଚିଲା । କିନ୍ତୁ ଏହି ମୋୖସୁମୀ ଆସିଲା ସତ ବର୍ଷା ହେଲା ନାହିଁ । ଲଘୁଚାପଜନିତ ବର୍ଷା ହେଲେବି ଏହା ଏହା ବିଲରେ ପାଣି ମଡେଇବାକୁ ମାତ୍ରା ହେଲା ନାହିଁ। ଫଳରେ ଚଳିତବର୍ଷ ଚାଷୀ ମୁଣ୍ଡରେ ହାତ ଦେଇବସିଛି । ଏହି ସ୍ୱଳ୍ପ ବର୍ଷା ଯୋଗୁଁ ପରମ୍ପରା ଅନୁଯାୟୀ କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲାର ଆଦିବାସୀ ମାନେ ଆରମ୍ବ କରିଛନ୍ତି ପ୍ରକୃତି ପୂଜା । ମାଟିରେ ଦୁଇଟି ମୁନି ଋଷିଙ୍କ ପ୍ରତିମୂର୍ତ୍ତି ଗଢି ଏହାକୁ ପୂଜା କରିଛନ୍ତି । ଏହାକୁ ପୂଜାର୍ଚ୍ଚନା କରି ପାରମ୍ପରିକ ନାଚଗୀତ ସହ ଗାଁ ଗାଁକୁ ବୁଲାଇ ଶେଷରେ ନଦୀରେ ବିସର୍ଜନ କରିଥାନ୍ତି । ଏହି ମୁନି ଋଷି ପୂଜା କରିବା ଦ୍ୱାରା ବର୍ଷା ହୋଇଥାଏ ବୋଲି ଗ୍ରାମବାସୀ ଙ୍କ ବିଶ୍ୱାସ ରହିଛି । ଏହି ପରମ୍ପରା ଏହି ଆଦିବାସୀଙ୍କ ଅବାହ ମାନ କାଳରୁ ଚାଲି ଆସୁଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଏହା ଅନ୍ଧବିଶ୍ୱାସ ହୋଇଥିଲେ ମଧ୍ୟ ପରମ୍ପରା ମଧରେ ସେମାନଙ୍କ ବିଶ୍ୱାସ ଲୁଚି ରହିଥିବା ପ୍ରକାଶ କରିଛନ୍ତି ସମାଜସେବୀ ।
କେନ୍ଦୁଝର- ମନୋଜ କୁମାର ବେହେରା।