ପାଟ୍ରୋଲିଂ ବେଳେ ପୋଲିସ ମାଡ଼ମାରିବା ଘଟଣା: ଏଏସଆଇଙ୍କ ସମେତ ୪ ପୋଲିସ କର୍ମଚାରୀଙ୍କ ବଦଳି

ଭଦ୍ରକ ଜିଲ୍ଲା ଆଗରପଡା ପୋଲିସର ନାଇଟ୍ ପାଟ୍ରୋଲିଂ ବେଳେ ମାଡ଼ ଘଟଣାରେ ଏଏସଆଇଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କ ବଦଳି କରାଯାଇଛି । ଏହି ୪ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଏଏସ୍‌ଆଇଙ୍କ ସହିତ ଦୁଇ ଜଣ କନଷ୍ଟେବଳ ଓ ଜଣେ ହୋମ୍‌ଗାର୍ଡ ଅଛନ୍ତି। ଏନେଇ ଭଦ୍ରକ ଏଏସ୍‌ପି ବାମଦେବ ସିଂ ସୂଚନା ଦେଇଛନ୍ତି । ଆଗରପଡା ଥାନା ଅଧିନ କାଣ୍ଡବା ପୋଲ ନିକଟରେ ପୋଲିସ ମାଡରେ ଜଣେ ଗୁରୁତର ହୋଇ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି।ପ୍ରକାଶ ଥାଉକି, ନାଇଟ୍ ପାଟ୍ରୋଲିଂ ବେଳେ ଗୋପୀନାଥ ନାୟକ ନାମକ ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାର ଜଣେ ଏଏସ୍‌ଆଇଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କୁ ବଦଳି କରାଯାଇଛି। ସେମାନଙ୍କୁ ଭଦ୍ରକ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଏଏସ୍‌ପି ବାମଦେବ ସିଂହ କହିଛନ୍ତି। ଗତ ୩୦ ତାରିଖରେ ଏହି ପୁଲିସ୍ କର୍ମଚାରୀମାନେ ନାଇଟ୍‌ ପାଟ୍ରୋଲିଂ କରୁଥିବା ବେଳେ ଆଗରପଡ଼ା ଥାନା ଅଧୀନ କାଣ୍ଡବା ପୋଲ ନିକଟରେ ଗୋପୀନାଥ ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗୋପୀନାଥଙ୍କ ପତ୍ନୀ ଏନେଇ ଆଗରପଡ଼ା ଥାନାରେ ଅଭିଯୋଗ କରିଥିଲେ।

Punil Kumar Samanta reporter

Leave a Reply

Your email address will not be published. Required fields are marked *