ମୋହନ ଦାଶ ଙ୍କ ୨୯ ତମ ଶ୍ରାଦ୍ଧ ଦିବସ

ମୋହନ ଦାଶ ଙ୍କ ୨୯ ତମ ଶ୍ରାଦ୍ଧ ଦିବସ ନିମାପଡ଼ା ୧.୧.୨୦୨୪ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଭୂଦାନ ତଥା କୃଷକ ଆନ୍ଦୋଳନ ର ମହାନ କାଣ୍ଡାରୀ, ନିମାପଡ଼ା_କାକଟପୁର ର ପ୍ରଥମ ବିଧାୟକ ସ୍ବର୍ଗତ ମୋହନ ଦାସ ଙ୍କ ୨୯ତମ ପୁଣ୍ୟତିଥି ଅବସରରେ ନିମାପଡ଼ା ଦୋଳବେଦୀ ଛକ ସ୍ଥିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ସାଧାରଣ ସଭା ଆୟୋଜିତ ହୋଇଥିଲା । ସାମ୍ୟବାଦୀ ଜନନେତା ଦେବେନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ପୂର୍ବତନ ,ମୋହନ ଦାସ ସ୍ମୃତି କମିଟି ସମ୍ପାଦକ ବେଣୁଧର ସେନାପତି, ମୋହନ ଦାସ ଙ୍କ ନାତି ପ୍ରଦୀପ୍ତ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ,ଦଣ୍ଡପାଣି ସାହୁ,କୃଷ୍ଣ ମୋହନ ବେହେରା ଙ୍କ ସହିତ ଜାଗ୍ରତ ଯୁବଶକ୍ତି ସଂଗଠନ ଆବାହକ ଆଦର୍ଶ ଦାଶ,ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଆଶୁତୋଷ ଦାଶ, ତୁଷାରକାନ୍ତ ପରିଡ଼ା, ସତ୍ୟବ୍ରତ ପଣ୍ଡା, ଦେବାଶିଷ ଦାଶ, ଅନୁକୂଳ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ଟି ପରିଚାଳନା କରିଥିଲେ । ନୂତନ ବର୍ଷ ଅୟମାରମ୍ଭ ଶୁଭାବସରରେ ଜାଗ୍ରତ ଯୁବଶକ୍ତି ସଂଗଠନ ପକ୍ଷରୁ ସହିଦ ଉଛବ ମଳିକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧୀ, ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭବ୍ୟ ପୂଜ୍ୟପୂଜା ର ଆୟୋଜନ ହୋଇଥିଲା ।