ସଡକ ସୁରକ୍ଷା ସପ୍ତାହ ପାଳନ

ଓଡିଶା ସରକାରଙ୍କ ପରିବହନ ବିଭାଗ ତରଫରୁ ତ 01-01-2024 ଋଖ ଠାରୁ 07-01-2024 ଋଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଅଛି । ଏହି କାର୍ଯ୍ୟକୁ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ 01-01-2024 ରିଖରେ ଉଦଘାଟନ କରିଅଛନ୍ତି । ଏହି ଉଦଘାଟନ ଉତ୍ସବରେ ଆଞ୍ଚଳିକ ପରିବହନ ବିଭାଗ ର ଅଫିସର ବୃନ୍ଦ ତଥା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ , ଏମଭିଆଇ ରାଜେଶ କୁମାର ମହାପାତ୍ର, ଆସିଷ୍ଟାଣ୍ଟ ଏମଭିଆଇ ଅମିତ କୁମାର ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର ଓ ଆନୟନ ଅଫିସ ର କର୍ମଚାରୀ ବୃନ୍ଦ ଏବଂ ଅନ୍ୟ ବିଭାଗ ର ଅଫିସର ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସପ୍ତାହ ଅଧୀନରେ ବିଭିନ୍ନ ପ୍ରକାରର ସଡକ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକୁ କୁ ଅନୁଷ୍ଟିତ କରାଯାଉଅଛି ଯଥା ସଡକ ସୁରକ୍ଷା ପ୍ରଚାର ର ରଥ ବିଭିନ୍ନ ପ୍ରକାରର ସଡକ ସୁରକ୍ଷା ସଚେତନ ବାର୍ତ୍ତା ଜଣ ସାଧାରଣ ଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରାଯାଉଅଛି , ବିଭିନ୍ନ ସ୍କୁଲ, କଲେଜ ପିଲାମାନଙ୍କ ଦ୍ଵାରା ସଡକ ସୁରକ୍ଷା ବାର୍ତ୍ତା rally ମାଧ୍ୟମରେ ଜନସାଧାରଣ ଙ୍କୁ ଅବଗତ କରାଯାଉଅଛି ।