ମାନବ ସେବା ସମିତି ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟବଣ୍ଟନ

ଯାଜପୁର ମାନବ ସେବା ସମିତିର ସଦସ୍ୟ ମାନେ ଯାଜପୁର ରୋଡ ରେଳ ଷ୍ଟେସନ ପରିସର ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ଅସହାୟ ବ୍ୟକ୍ତିଙ୍କୁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ବଣ୍ଟନ କରିଥିଲେ l ବିଶେଷ କରି ନୂତନ ବର୍ଷ ର ସ୍ୱାଗତ ସମୟରେ କୌଣସି ଅସହାୟ ବ୍ୟକ୍ତି ଖାଦ୍ୟ ଖାଇବାରୁ ବଞ୍ଚିତ ନହେବା ଉଦେଶ୍ୟରେ ସମିତି ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଥିବା ସୂଚନା ମିଳିଛି l ଏହି କାର୍ଯ୍ୟକ୍ରମରେ ଅବିନାଶ ସହୂ, ତ୍ରିଲୋଚନ ଦାସ, ସାଗର କୁମାର ଜେନା, ସୁରେଶ ନାୟକ, ରତନ ସହୂ, ବ୍ୟାସଦେବ ସହୂ, ପାର୍ଥ ସାରଥୀ ସାହୁ , ରିକିରାଜ ମହାନ୍ତ, ସୁରଜ ବିଶ୍ୱକର୍ମା ଙ୍କ ସମେତ ସମିତି ର ବୋହୁ ସଦସ୍ୟ ସାମିଲ ହେଇଥିଲେ l
ରିପୋର୍ଟ : ଜ୍ୟୋତି ପ୍ରକାଶ ଭୂୟାଁ