ସାହିତ୍ୟ ସାଧକ ଶଶି ଭୂଷଣ ରଥ ଙ୍କ ଜୟନ୍ତୀ

ସାହିତ୍ୟ ସାଧକ ଶଶି ଭୂଷଣ ରଥ ଙ୍କ ଜୟନ୍ତୀ ୧/୦୧/୨୦୨୩ ସୋରଡ଼ା ସ ମି ସି ଆଜି ପବିତ୍ର ନବ ବର୍ଷ ସହ ଶଶୀଭୂଷଣ ରଥ ଜୟନ୍ତୀ।ଏଣୁ ଚଳିତ ବର୍ଷ ସବୁବର୍ଷ ଭଳି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ମହୋଛବ ସାରା ରାଜ୍ୟ ପାଳନ କରୁଛି।ଏଣୁ ସୋରଡ଼ା ଶଶୀଭୂଷଣ ସାହିତ୍ୟ ସଂସଦ ପକ୍ଷରୁ ଜୟନ୍ତୀ ଉଛବ ପାଳନ ହୋଇଯାଇଛି।ଏଣୁ ଆଜି ଶଶୀଭୂଷଣ ଛକ ପରିସରରେ ପ୍ରଭାତରେ ରାମଧୁନ ଓ ପରେ ପରେ ପ୍ରତିମୂର୍ତ୍ତିରେ ସକାଳ 11 ଘଣ୍ଟ ସମୟରେ ସ୍ଥାନୀୟ ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ,ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା,ଉପାଧ୍ୟକ୍ଷ। ଅମୂଲ୍ୟ କୁମାର ସାହୁ,ବିଶିଷ୍ଟ ବୈଜ୍ଞାନିକ ତଥା ପ୍ରଫେସର ଶିଵ ପ୍ରସାଦ ଅଧିକାରୀ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାକ୍ତନ ଅଧ୍ୟାପକ ତଥା ମୁଖ୍ୟ ବକ୍ତା ବିଷ୍ଣୁ ପ୍ରସାଦ ଚୌଧୁରୀ, ତାରତାରିଣୀ ସାହିତ୍ୟ ସଂସଦର ସମ୍ପାଦକ ତଥା ଏହି ସାହିତ୍ୟ ସଂସଦ ସୋରଡ଼ାର ପୂର୍ବତନ ସମ୍ପାଦକ ସମ୍ମାନିତ ଭଗବାନ ପାତ୍ର ଓ ଏହି ସାହିତ୍ୟ ସଂସଦର ସଭାପତି ତଥା ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ପଣ୍ଡା, ସମ୍ପାଦକ ଧୋବା ବେହେରାଙ୍କ ସହିତ ଅନେକ ସାହିତ୍ୟ ପ୍ରେମୀ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସହରର ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ଶଶୀଭୂଷଣ ରଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପଞ୍ଚାନନ କାଳି ମନ୍ଦିର ସ୍ଥିତ ସଭାଗୃହଠାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ଲେଖକ ଶକ୍ତିଦା ବିଷୋୟୀଙ୍କ ଗଳ୍ପ ଗଜରା ଓ ଭଗବାନ ପାତ୍ରଙ୍କ ନିଃଶବ୍ଦ ଅଭିସାର ସମ୍ମାନିତ ଭାବେ ଅତିଥି ମାନେ ଶୁଭ ଉନ୍ମୋଚନ କରିଥିଲେ।।ଶ୍ରୀ ଚୌଧୁରୀ ନିଜ ଅଭିଭାଷଣରେ ଭାଷା ସାହିତ୍ୟ ଆନ୍ଦୋଳନ ଓ ରାଜନୀତିର ପୁରୋଧା ତଥା ସାମ୍ବାଦିକଙ୍କ ଜୀବନୀ ସ୍ମୃତି ବ୍ୟକ୍ଷ୍ୟା କରିଥିଲେ। ଏହି ଅଵସରରେ ସୋରଡ଼ା ଭଳି ସେ ସମୟର ଅବହେଳିତ ଅଞ୍ଚଳରୁ ଜନ୍ମିତ ହୋଇ ସାରା ଓଡ଼ିଶାର ଅନେକ ପ୍ରତିଷ୍ଠାଯୁକ୍ତ ଅନୁଷ୍ଠାନ ଗଢ଼ି ଗଞ୍ଜାମ ଜିଲ୍ଲାକୁ ନିଆରା ପରିଚୟ ଦେଇଥିବା ଅନନ୍ୟ ବ୍ୟକ୍ତିଙ୍କୁ ଆଜି ସମସ୍ତେ ମନେ ପକାଇଥିଲେ।ରାଜ୍ୟ ସରକାର ଏହି ମହନୀୟ ସ୍ମୃତିକୁ ଅନୁଷ୍ଠାନ ଭାବେ ଗଢିବା ପାଇଁ ମତ ରଖି କାର୍ଯ୍ୟରତ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ,ବରିଷ୍ଠ ନାଗରିକ,ସ୍ବେଛାସେବୀ,ଆମେ କଳାକାର ଅନୁଷ୍ଠାନର କଳାକl
ସୋରଡ଼ା ରୁ ନାରାୟଣ ଡାକୁଆ reporter