ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ରଥ ପରିକ୍ରମା

– ଜଗତସିଂହପୁର ଜିଲ୍ଲା ସ୍ତରରେ ଜାନୁଆରୀ 1 ତାରିଖ ରୁ ଜାନୁଆରୀ 7 ତାରିଖ ପର୍ଯ୍ଯନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏଲ୍ ଇ ଡି ସ୍କ୍ରିନ୍ ଥିବା ସଚେତନତା ରଥ କୁ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟ୍ଟାୱରି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ରେ ଆୟୋଜିତ ସଭାରେ ଯୋଗଦେଇ ଜିଲ୍ଲାପାଳ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ବର୍ଦ୍ଧିତ ସଡକ ଦୁର୍ଘଟଣା କୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିବାକୁ କହିଥିଲେ। ଏହି ସଡକ ସୁରକ୍ଷା ସପ୍ତାହ ପାଳନ ର ଉଦ୍ଦେଶ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ କରିବା ଏବଂ 2024 ରେ ଯେପରି କମ୍ ରୁ କମ୍ ସଂଖ୍ୟକ କାଜୁଆଲିଟି ହେବ ସେଥିପ୍ରତି ସତର୍କ ରହିବା ବୋଲି ଜିଲ୍ଲାପାଳ କହିଥିଲେ। ଏଲ୍ ଇ ଡି ଲାଗିଥିବା ଏହି ସଚେତନତା ରଥ ଜିଲ୍ଲା ର ପ୍ରତ୍ୟେକ ଗାଆଁ ଓ ସହର ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ପହଞ୍ଚାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ଏହି ସଭାରେ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ସଡକ ସୁରକ୍ଷା ର ନିୟମ ମାନି ନିଜେ ଓ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଏହି ସପ୍ତାହ ପାଳନ ଅବସରରେ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *