ଜିଲ୍ଲା ସ୍ତରୀୟ ସ୍ବର୍ଣ୍ଣକାର ସଂଘର ୫୭ତମ ପ୍ରତିଷ୍ଠା ଦିବସ ପାଳନ

–ଜିଲ୍ଲା ସ୍ତରୀୟ ସ୍ବର୍ଣ୍ଣକାର ସଂଘର ୫୭ତମ ପ୍ରତିଷ୍ଠା ଦିବସ ପାଳନ ନିମାପଡ଼ା ଠାରେ ଜିଲ୍ଲା ସ୍ତରୀୟ ସ୍ବର୍ଣ୍ଣକାର ସଂଘର ୫୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବଡ଼ବଜାର ମୁଦୁଲି ସାହି ନିକଟସ୍ଥ ସ୍ବର୍ଣ୍ଣକାରସଂଘର ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଉତ୍ସବକୁ ବିଧାୟକ ସମୀର ଦାଶ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସଂଘର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ପୂର୍ବରୁ ବିଧାୟକ ଅନୁଦାନ ପାଣ୍ଠିରୁ ୨ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ କାର୍ଯ୍ୟାଳୟର ଭିତର ଗୃହ ପୂର୍ଣ୍ଣାଙ୍ଗ ନିମନ୍ତେ ଆବଶ୍ୟକ ହେଉଥିବା ଅର୍ଥ ପାଇଁ ସଂଘ ପକ୍ଷରୁ ବିଧାୟକଙ୍କୁ ଦାବୀ କରା ଯାଇଥିଲା। ସାଂସଦ ଅନୁଦାନ ପାଣ୍ଠିରୁ ଅତିରିକ୍ତ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ ନିମନ୍ତେ ସମୀର ଦାଶ ସମ୍ମତି ପ୍ରଦାନ କରି ଥିଲେ। ଏହାଛଡା ସ୍ୱର୍ଣ୍ଣକାର ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କର 11 ଦଫା ଦାବୀ ରାଜ୍ୟ ସରକାର ପୂରଣ କରିବା ପାଇଁ ଦାବୀ କରିଛନ୍ତି. ଯଦି ସେମାନଙ୍କ ଦାବୀ ପୂରଣ କରା ନ ଯାଏ ତେବେ ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଓଲହାଇବେ ବୋଲି ସ୍ୱର୍ଣ୍ଣକାର ସଂଘ ଚେତାବନୀ ଦେଇଛି ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଓଡିଶା ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ସାଥୁଆ, ନାଗପୁର ସ୍ଵର୍ଣ୍ଣକାର ସଙ୍ଘର ସଭାପତି ଭବାନୀ ସେନ ସେନାପତି, ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପୁରୀଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ଵର୍ଣ୍ଣକାର ସଂଘର ସଭାପତି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।

Leave a Reply

Your email address will not be published. Required fields are marked *