କୋରେଇ ରେ ଆଲେକ୍ସ ଙ୍କ ବନ୍ଧୁ ମିଳନ

କୋରେଇ ବ୍ଲକ ଅନ୍ତର୍ଗତ ତରାପୁର ହିଙ୍ଗୁଳା ପଡ଼ିଆରେ ବିଜେପି ଯୁବ ନେତା ଇଂ ଆଲେକ୍ସଜେଣ୍ଡର ଦାସଙ୍କ ଜନ୍ମଦିନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜନ୍ମଦିନରେ ବହୁ ସମର୍ଥକଙ୍କ ସହ ଫେରୋକ୍ରୋମ ର ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶ୍ରୀ ଦାସ ଶୋଭାଯାତ୍ରାରେ ବାହାରି ତରାପୁର ହିଙ୍ଗୁଳା ପଡ଼ିଆରେ ପହଞ୍ଚିଥିଲେ l ଏହି ବାଇକ୍ ଶୋଭାଯାତ୍ରା ଯୋଡ଼ାବର, ରମ୍ପାସ, ଧବଳଗିରି, କୋର୍ଟଛକ, ଷ୍ଟାଡିୟମ ରୋଡ, ସାପଗାଡ଼ିଆ, ବସ୍ଷ୍ଟାଣ୍ଡ, ଷ୍ଟେସନବଜାର, ଗୋପବନ୍ଧୁ ଛକ, ନହକା ବାଇପାସ ଛକ, ଦଳା ଛକ, ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟ, ଛୋଟରାୟପୁର ଆଦି ଅଞ୍ଚଳ ପରିକ୍ରମା କରି ତରାପୁର ହିଙ୍ଗୁଳା ପଡ଼ିଆରେ ଅନୁଷ୍ଠିତ ସଭାରେ ପହଂଚିଥିଲା l ଏହି ସଭାରେ ଶ୍ରୀ ଦାସ ବିଜେଡି ଶାସନର ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଓ ଗରିବ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ reporte