ଓଡିଶା ପରିବହନ ଚାଳକ ସଂଘର ପୁରୀ ଜିଲ୍ଲା ଖେଲାର ଶାଖାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ।

ଓଡିଶା ପରିବହନ ଚାଳକ ସଂଘ ତରଫରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଭାଣପୁରଠାରେ ଥିବା ମାତୃକୃପା ମଣ୍ଡପରେ ଖେଲାର ପରିବହନ ଚାଳକ ସଂଘର ପ୍ରଥମ କାଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବହନ ଚାଳକ ସଂଘର ରାଜ୍ୟ ସଭାପତି ବିଜ୍ଞାନ ଦାସ ଯୋଗଦେଇ ଡ୍ରାଇଭରମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବା ସହ ଡ୍ରାଇଭରମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଡ୍ରାଇଭରମାନଙ୍କୁ ଆଲୋକପାତ କରିଥିବାବେଳେ ପୁରୀ ଜିଲ୍ଲା ଖେଲାର ପରିବହନ ଚାଳକ ସଂଘର ସଭାପତି ଈଶ୍ୱର ଚନ୍ଦ୍ର ନାୟକ ସରକାର ଡ୍ରାଇଭର ମାନଙ୍କୁ ସ୍ଵତନ୍ତ୍ର ମାନ୍ୟତା ଦେବାରୁ ବଞ୍ଚିତ କରିବା ସହ କରୋନା ମହାମାରୀ ସମୟରେ ଡ୍ରାଇଭର ସମସ୍ତ ରାଜ୍ୟରେ ସେବା ଦେଉଥିବା ବେଳେ ଡ୍ରାଇଭରମାନଙ୍କୁ କୈାଣସି ସରକାରୀ ସହାୟତା ମିଳୁନଥିବା କହିଛନ୍ତି। ଆଗାମୀ ଦିନରେ ଯଦି ସରକାର ଡ୍ରାଇଭରମାନଙ୍କ ପାଇଁ କିଛି ସ୍ଵତନ୍ତ୍ର ଯୋଜନା ନ କରନ୍ତି ତେବେ ଡ୍ରାଇଭରମାନଙ୍କ ଦ୍ଵାରା ଷ୍ଟ୍ରେରିଙ୍ଗ୍ ଛାଡ୍ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ପରିବହନ ଚାଳକ ସଂଘର ଡ୍ରାଇଭରମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଖେଲାର ପରିବହନ ଚାଳକ ସଂଘ ପରିଚାଳନା କରିଥିବାବେଳେ ବିପିନ ବିହାରୀ ସେନାପତି,ଶ୍ରୀକାର ମଲ୍ଲିକ, ସନ୍ତୋଷ କୁମାର ପ୍ରଧାନ ଓ ଯୋଗେଶ୍ୱର ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ- ଶ୍ରୀଧର ଆଚାର୍ଯ୍ୟ।